କଣିହାଁ – ବିବାହ ଶୋଭାଯାତ୍ରାରେ ବାଣ ଫୁଟାଉ ଥିବା ବେଳେ ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ଶୁସୁବା ଗ୍ରାମପଞ୍ଚାୟତ ଗେଙ୍ଗୁଟିଆ ଗ୍ରାମରେ ଘଟି ଯାଇଛି । ସୂଚନା ଅନୁସାରେ ଗେଙ୍ଗୁଟିଆ ଗାଁର ଯାତ୍ରାକର ସାହୁଙ୍କ ପୁଅ ସଚିନ୍ ଚନ୍ଦ୍ର ସାହୁଙ୍କର ଆଜି ( ବୁଧବାର) ବାହାଘର ଥିଲା । ଦେବଗଡ ଜିଲ୍ଲା ବଶାଲୟୀ ପଞ୍ଚାୟତ କୁଣ୍ଡାପଶି ଗ୍ରାମକୁ ବିବାହ ପାଇଁ ଯିବା ପୂର୍ବରୁ ନିଜ ଗାଁରେ ବାହାଘର ଶୋଭାଯାତ୍ରା କରା ଯାଇଥିଲା । ବର ନିଜ ଗ୍ରାମରେ ଧୁମଧାମ୍ ରେ ବାଣ , ରୋଷଣୀ, ଡିଜେ ଆଦି ନେଇ ପ୍ରସେସନ ଚଲାଇଥିଲେ । ତାଳଚେର ସନ୍ଥପଡା ଗାଁର ଉଗ୍ରସେନ ବେହେରା ତୋପ ବାଣ ଫୁଟାଉଥିଲେ । ବାଣ ଫୁଟାଇବା ବେଳେ ଉଗ୍ରେସେନ ବାଣ ଭର୍ତ୍ତି ଥିବା ବ୍ୟାଗଟିକୁ ନିଜ କାନ୍ଧରେ ଧରିଥିଲେ । ତେବେ ଏକ ତୋପ ବାଣ ଫୁଟାଇବା ସମୟରେ ତୋପ ଭାରସାମ୍ଯ ହରାଇବା ସହ ବାଣ ନିଆଁ ଆସି ବାଣ ବ୍ଯାଗରେ ପଡିଥିଲା । ବାଣ ବ୍ୟାଗଟି ନିଆଁ ଲାଗିବାରୁ ଉଗ୍ରସେନକୁ ପାଖାପାଖି ୧୦ ରୁ ୧୫ଫୁଟ୍ ଉପରକୁ ଉଠାଇ ତଳେ କଚାଡି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ପୋଡି ହୋଇ ଉଗ୍ରେସେନଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ରେଙ୍ଗାଳି ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ।
Recent News
ବହୁ ପ୍ରତୀକ୍ଷାର ଅନ୍ତ – ଅତ୍ୟାଧୁନିକ ବସ୍ ଟର୍ମିନାଲ୍ରୁ ଗଡିଲା ବସ୍
ଅନୁଗୋଳ – ଅନୁଗୋଳର ଅତ୍ୟାଧୁନିକ ବସ୍ ଟର୍ମିନାଲ୍ କାର୍ଯ୍ୟକ୍ଷମ ହେବା ନେଇ ପ୍ରତୀକ୍ଷାର ଅନ୍ତ ହୋଇଛି । ଜିଲ୍ଲାପାଳଙ୍କ ସହ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ବୈଠକରେ ପାର୍କିଂ ଦର…
୧୫ ବେଆଇନ କୋଇଲା ଖଣିରେ ଚଢାଉ
ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଖଣି ବିଭାଗ ଓ ପୁଲିସ ପକ୍ଷରୁ ଚଢ଼ାଉ କରି ୧୫ରୁ ଉର୍ଦ୍ଧ୍ବ ବେଆଇନ ଚୋରା ଖଣିରୁ…
ଟିକାକୁ ନେଇ ରାଜନୀତି , ଟିକାକରଣ କେନ୍ଦ୍ରରେ ପୋଷ୍ଟର ଚିରିଲେ ବିଜେପି କର୍ମୀ – ଥାନାରେ ଅଭିଯୋଗ
ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କ୍ୟାମ୍ପେନ ମୋଡ଼ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେଉଛି ଟିକାକରଣ ।…