ମୁଖ୍ୟ ଖବର ବେଆଇନ କୋଇଲା ଖାତରେ ପଡ଼ି ଯୁବକ ମୃତ Angul OnlineMarch 13, 2021March 13, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ଗ୍ରାମରେ ଏକ ବେଆଇନ କୋଇଲା ଖାତରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସେହି ଗ୍ରାମର ଲବଣି ଭୁତିଆ ବୋଲି ଜଣାପଡିଛି । ସୂଚନା ଅନୁସାରେ ବାହାଳସାହିର ଜଣେ ବ୍ୟକ୍ତି ନିଜ ଜାଗାରେ ବେଆଇନ ଭାବେ ଏକ କୋଇଲା ଖଣି କରି ବାହାରକୁ କୋଇଲା ଚାଲାଣ କରୁଥିବା ବେଳ ସେହି ଚୋରା କୋଇଲା ଖାତରେ ଲବଣି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ତେବେ ଲବଣି ଆଜି ଭୋର ୫ଟା ସମୟରେ ଖାତ ଭିତରେ କାମ ସାରି ସାଇକେଲରେ କିଛି କୋଇଲା ଲୋଡ କରି ଆଣୁଥିବା ସମୟରେ ସାଇକେଲ ସହିତ ୫୦ ଫୁଟ କୋଇଲା ଖାତ ତଳକୁ ଖସି ପଡିଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲବଣିଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଡାକ୍ତର ଲବଣିଙ୍କୁ ମୃତ ଘୋଷଣା କରିଥିଲେ । ବେଆଇନ କୋଇଲା ଉତ୍ତୋଳନ କାର୍ଯ୍ୟ ଯୋଗୁଁ ମୃତକଙ୍କ ପରିବାର ବେଆଇନ କୋଇଲା ଖାତ ମାଲିକଙ୍କ ମଧ୍ୟରେ ସଲାସୁତୁରା ପରେ ଘଟଣାକୁ ଦଫାରଫା କରି ମୃତଦେହ ପୋଡ଼ି ଦିଆଯାଇଛି । ଘଟଣାରେ ଅଭିଯୋଗ ନ ଥିବାରୁ ଛେଣ୍ଡିପଦା ଥାନାରେ କୌଣସି ମାମଲା ରୁଜୁ କରାଯାଇନାହିଁ । Advertisement
ଅଜଣା ଗାଡି ଧକ୍କାରେ ଜଣେ ମୃତ, ତିନି ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ମେଡିକାଲ ନିକଟସ୍ଥ ୧୪୯ ନଂ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାରର ତିନିଜଣ…
ପୁଅକୁ କ୍ୟାନସର – ଟଙ୍କା ମାଗିବାରୁ ଚାକିରିରୁ ତଡିଦେଲା ମାଲିକ ଅନୁଗୁଳ – ଜୀବନ ସହ ସଂଗ୍ରାମ କରୁଛି ଓମ । ମାତ୍ର ତେର ବର୍ଷ ବୟସ । ହେଲେ ନିଷ୍ଠୁର ଭଗବାନ ଦେଇଛି ବଡ ରୋଗ ।…
ବ୍ରିଜ ତଳକୁ ପଡି ରୋଷେୟା ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ପମ୍ପାସର ନିକଟ ନଳାଖୋଲ ନାଳ ବ୍ରିଜ ତଳକୁ ପଡି ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହିନ୍ଦୋଳ…