କୋଇଲା ଚୋରି ବେଳେ ଜଳିଯାଇ ଜଣେ ଗୁରୁତର

ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ରେଳ ଫାଟକ ନିକଟରେ ଟ୍ରେନରୁ କୋଇଲା ଚୋରି କରି ନେଉଥିବା ବେଳେ ଜଣେ ବ୍ୟକ୍ତି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳି ଯାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଗୁରୁତର ଜଣଙ୍କ ହେଲେ ଠାକୁରଗଡ ଥାନା ଗିରିଧା ଗ୍ରାମର ସହଦେବ ନାଏକ ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଠାକୁରଗଡ ଥାନା ଗିରିଧା ଗ୍ରାମର ସହଦେବ ନାଏକ ଗୋଳାବନ୍ଧ ଗ୍ରାମର ଅଞ୍ଚଳରେ ରହି ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି । ଆଜି ଏକ ଘରୋଇ ସଂସ୍ଥାକୁ ଗୋଟିଏ କୋଇଲା ବୋଝେଇ ଟ୍ରେନ ଯାଉଥିଲା । ସେହି ଟ୍ରେନ ଉପରେ ସହଦେବ ଚଢି କୋଇଲା ନେଉଥିବା ବେଳେ ଉପରେ ଯାଇଥିବା ବିଦ୍ୟୁତ୍ ତାର (୨୫୦୦୦ ଭୋଲଟ) ସଂସ୍ପର୍ଶରେ ଆସିବାରୁ ସହଦେବ ଜଳି ଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ବାସୀ ଘଟଣାଟିକୁ ଦେଖି ଗୁରୁତର ଅବସ୍ଥାରେ ସହଦେବଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ । ସହଦେବଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *