ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ମାର୍ଗ ହନୁମାନ ମନ୍ଦିର ନିକଟରେ ହାଇୱା ଧକ୍କାରେ ଜଣେ ମୃତ ଦୁଇ ଗୁରୁତର ହୋଇଛନ୍ତି। ସୂଚନା ଯେ, ଏକ ସ୍କୁଟି ଯୋଗେ ତିନି ଜଣ DIC ଛକ ଆଡୁ ଶିମିଳିପଡା ଆଡ କୁ ଯାଉଥିବା ବେଳେ ପଛରୁ ରୁ ଆସୁଥିବା ଏକ ହାଇୱା ସେମାନଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଜଣ ଙ୍କର ମୃତ୍ୟୁ ଘଟି ଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ଥିଲେ। ଗୁରୁତର ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଟେଣ୍ଟୁଲୋଇ ଗାଁର ସର୍ବେଶ୍ୱର ନାଏକ ଓ ଗୋପାଳପ୍ରସାଦ ପାଟନାସାହିର ଦୁଷ୍ମନ୍ତ ନାଏକ । ଗୁରୁତର ଜଣଙ୍କ ବଡଜୋରଡା ଗାଁର ସୁଜିତ ନାଏକ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସ୍କୁଟିକୁ ଘୋଷାଡି ନେଲା ହାଇୱା – ଦୁଇ ମୃତ
