ପାଲଲହଡା – ଗତ କିଛି ଦିନ ହେଲା ପାଲଲହଡା ଅଞ୍ଚଳରେ ଚର୍ଚ୍ଚା ପାଲଟିଥିବା ରଷିକିଆ ଟିଉସନ ସାର ମୁକେଶ ଶେଷରେ ବନ୍ଧା ହୋଇଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ ଓ ନାବାଳିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତର ଫଟୋ ଭାଇରାଲ କରିବା ଅଭିଯୋଗରେ ମୁକେଶ ସାରଙ୍କୁ ପୁଲିସ ପୋକସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ ପାଲଲହଡା ଅଞ୍ଚଳରେ ମୁକେଶ ସାର’ସ କ୍ଳାସ ନାମକ ଏକ ଟିଉସନ ସେଣ୍ଟର ରହିଛି । ଯାହାର ପରିଚାଳନା ପାଲଲହଡା , ଉଦୟପୁର ଗାଁର ମୁକେଶ କୁମାର ବେହେରା ନାମକ ଜଣେ ୩୨ ବର୍ଷୀୟ ଯୁବକ କରିଥାନ୍ତି । ଗତ ୨୦୨୨ ମସିହାରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ଟିଉସନ ନେବା ପାଇଁ ଏହି ସେଣ୍ଟରରେ ଆଡମିସନ କରିଥିଲେ । ଆଡମିସନର କିଛି ଦିନ ପରେ ଟିଉସନ ସେଣ୍ଟରର ପରିଚାଳକ ମୁକେଶ ନାବାଳିକାଙ୍କ ଘରକୁ ପହଞ୍ଚି ଝିଅ ଭଲ ପଢୁଛି ବୋଲି କହିବା ସହ ପରିବାର ଲୋକଙ୍କ ସାଥିରେ ଉତ୍ତମ ସମ୍ପର୍କ ରଖିବା ଆରମ୍ଭ କରି ଦେଇଥିଲା । ଏପରିକି ନାବାଳିକାଙ୍କ ମା’ଙ୍କୁ ବଡ ଭଉଣୀର ମର୍ଯ୍ୟଦା ଦେଇ ଘରକୁ ଅନେକ ଥର ଯିବା ଆସିବା କରୁଥିଲା । ଗତ ଫେବୃଆରୀ ମାସରେ ନାବାଳିକା ଓ ମୁକେଶଙ୍କର ଏକ ଅନ୍ତରଙ୍ଗ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ପରିବାର ଲୋକ ଏ ନେଇ ନାବାଳିକାଙ୍କୁ ପଚାରିବାରୁ ନାବାଳିକା ଜଣଙ୍କ ଏହା ଫେକ ଫଟୋ କହି ପ୍ରଥମେ ଆଡେଇ ଯାଇଥିଲେ । ତେବେ ପରେ ନାବାଳିକା ଜଣଙ୍କ ମାଙ୍କୁ କହିଥିଲେ ଯେ ମୁକେଶ ସାର ପ୍ରଲୋଭନ ଦେଖାଇବା ସହ ଭୟଭୀତ କରାଇ ଅନେକ ଥର ଦୁଷ୍କର୍ମ କରିଛନ୍ତି । ଟିଉସନ ସେଣ୍ଟର ସହ ନାବାଳିକାଙ୍କ ଘରେ କେହି ନଥିବା ବେଳେ ସେ ଘରକୁ ଆସି ଦୁଷ୍କର୍ମ କରିଥିବା କହିବା ପରେ ଏ ନେଇ ନାବାଳିକାଙ୍କ ମା ପାଲଲହଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ କରି ପୋକସୋ ଆକ୍ଟ ଅନୁସାରେ କେସ ନମ୍ବର 59 Date 19.02.25 U/S 64 (2) (m)/65 (1)/ 351(3) BNS/ 6 POCSO Act / 67 IT act ଅନୁସାରେ ଅଭିଯୁକ୍ତ ମୁକେଶ କୁମାର ବେହେରାକୁ କୋର୍ଟ ଚାଲାଣ କରିଛି । ତେବେ ପୂର୍ବରୁ ମଧ୍ୟ ଏହି ଟିଉସନ ସେଣ୍ଟରରେ ଜୈନିକ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ପ୍ର ଘଟ ପରେ ଛାତ୍ରୀ ଜଣକ ନିଜ ଭଡା ଘରେ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିଵା ଘଟଣା ଚର୍ଚ୍ଚାର ବିଷୟ ପାଲଟି ଥିଲା ।