ମୁଖ୍ୟ ଖବର କୂଅ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର Angul OnlineMarch 15, 2021March 15, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ରାଉତାଳ ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସୋମବାର ସନ୍ଧ୍ୟାରେ ଗ୍ରାମବାସୀ ଏ ଘଟଣା ସମ୍ପର୍କରେ ଜାଣିବା ପରେ ଜରପଡା ଥାନାକୁ ଖବର ଦେଇଥିଲେ । ଖବର ପାଇ ଜରପଡା ଥାନା ଅଧିକାରୀ ପ୍ରଦୀପ କୁମାର ପ୍ରଧାନ ଓ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ଅନୁଗୁଳ ଦମକଳ ବାହିନୀ ସହାୟତାରେ କୂଅ ଭିତରୁ ମୃତ ଯୁବକଙ୍କ ଶବ ଉଦ୍ଧାର କରିଥିଲେ । ପୁଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । କୂଅ ଉପରୁ ସମ୍ପୃକ୍ତ ଯୁବକଙ୍କ ଏକ ମନିପର୍ସ , ଏକ ଏଟିଏମ୍ କାର୍ଡ , ଗାଡ଼ି ରେଜିଷ୍ଟ୍ରେସନ କାର୍ଡ ଓ ଏକ ମୋବାଇଲ ପଡ଼ିଥିଲା । ଏହାସହିତ ସେଠାରୁ କିଛି ଦୂରରେ ଏକ ସିଡି ଡିଲକ୍ସ ମୋଟରସାଇକେଲ (ଓଡି – ୩୫ ସି – ୭୪୫୫) ଥିଲା । ଏହି ସବୁ କାଗଜ ପତ୍ର ଏବଂ ମୋଟରସାଇକେଲ ପୁଲିସ ତଦନ୍ତ ବେଳେ ଘଟଣାସ୍ଥଳରୁ ଜବତ କରିଛି । ପ୍ରାଥମିକ ତଦନ୍ତରୁ ମୃତକ ଜଣକ ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଡେରେଙ୍ଗ ଗ୍ରାମର ପ୍ରଦୀପ ସାହୁଙ୍କ ପୁଅ ସଞ୍ଜୟ କୁମାର ସାହୁ ବୋଲି ପୁଲିସ ଜାଣିବାକୁ ପାଇଛି । ତେବେ ସମ୍ପୃକ୍ତ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଛି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏ ନେଇ ଜରପଡା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । Advertisement
ଟିଟିପିଏସ୍ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ଧର୍ମେନ୍ଦ୍ରଙ୍କ ଚିଠି ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ବା ଏନଟିପିସି ଟିଟିପିଏସ୍ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବ । ଭବିଷ୍ୟତରେ ଏହି ପ୍ରକଳ୍ପ…
କରୋନା ମୁକାବିଲା -୧୦ ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ଅନୁଗୁଳ ଦାୟିତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଏହାର ମୁକାବିଲା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।…
ପିତୃ ଦିବସରେ ବିଧାୟକ ବ୍ରଜ କିଶୋରଙ୍କ ପିତୃ ବିୟୋଗ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପିତୃ ବିୟୋଗ ହୋଇଛି । ବ୍ରଜ କିଶୋର ପ୍ରଧାନଙ୍କ ବାପା ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ…