ଅନୁଗୁଳ – ଦଶମ ପରୀକ୍ଷା ରେ ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ । ଇଲେକ୍ଟ୍ରୋନିକ୍ସ ଆଣ୍ଡ ହର୍ଡୋୟାର ବିଷୟରେ (OPATIONAL) ପ୍ରଶ୍ନ ପତ୍ରରେ ଭୁଲ ଥିବା ନେଇ ଅଭିଯୋଗ କଲେ ଛାତ୍ର ଓ ଅଭିଭାବକ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ର ଓ ଅଭିବାବକ ବିଶ୍ଵ ରଞ୍ଜନ କବିଶତପଥିଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ପାଠ୍ୟକ୍ରମରେ ଥିବା ବିଷୟରୁ ପ୍ରଶ୍ନ ଦିଆଯାଇ ନଥିବା ବେଳେ ବିଗତ ବର୍ଷ ପାଠ୍ୟକ୍ରମରୁ ପ୍ରଶ୍ନ ଆସିଥିବା ନେଇ ଅଭିଯୋଗ କରାଯାଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ ଦେବାକୁ ଦାବି ହୋଇଛି । ଏପଟେ ଅଭିଯୋଗର ସଠିକ ତଦନ୍ତ କରି ଛାତ୍ରଛାତ୍ରୀଙ୍କ କଥା ବିଚାର କରାଯାଉ ବୋଲି ଦାବି କରିଛନ୍ତି ଶିକ୍ଷାବିଦ ସରୋଜ ପାଣିଗ୍ରାହୀ ।
ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ
