ଆଞ୍ଚଳିକ ଶିକ୍ଷା ଓ ନାରୀ ଶକ୍ତି ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଥିଲେ ନୁମା Angul OnlineMarch 15, 2021March 15, 2021 ଅନୁଗୁଳ – ସୋମବାର ହୋଟେଲ ଔରଭିଲା ନିକଟସ୍ଥ ମାଳତୀ ଦେବୀଙ୍କ ପ୍ରତିମୂର୍ତ୍ତି ପାଖରେ ନବ-ମାଳତୀ ଚୌଧୁରୀ ସ୍ମୃତୀ କମିଟି ପକ୍ଷରୁ ୨୩ ତମ ପୂଣ୍ୟତିଥି ପାଳିତ ହୋଇ ଯାଇଛି । ଏଥିରେ ପୂର୍ବତନ ଶ୍ରମ ଅଧିକାରୀ ଲକ୍ଷମନ ନାୟକ , ପ୍ରଧ୍ୟାପକ ବିଶ୍ଵରଞ୍ଜନ ପ୍ରଧାନ , ସମାଜସେବୀ କଲ୍ୟାଣ କିଶୋର ମହାନ୍ତି , ପର୍ଶୁରାମ ଦାସ , ପ୍ରତାପ ମହାପାତ୍ର , ବିଦ୍ୟାଧର ନାୟକ , ସୁଦୀପ ଗଡ଼ନାୟକ , ଡିଲେଶ୍ଵର ପ୍ରଧାନ ଆଦି ଅତିଥି ଭାବେ ଯୋଗ ଦେଇଥିଲେ । ମାଳତୀ ଦେବୀ ଥିଲେ ଶିକ୍ଷା ଓ ନାରୀ ଶକ୍ତି ଆନ୍ଦୋଳନର ଆଦ୍ୟ ପ୍ରବକ୍ତା । ସେ ଶ୍ରମିକ, କୃଷକ ଓ ଗଡ଼ଜାତ ପ୍ରଜା ଆନ୍ଦୋଳନ ସୂତ୍ରଧାର ଥିଲେ । ସେ ସଦା ସର୍ବଦା ନାରୀ ଜାତିର ଉନ୍ନତି କାର୍ଯ୍ୟ କରୁଥିଲେ । ଶିକ୍ଷା ଓ ଅବହେଳିତ ବର୍ଗର ବିକାଶ ପାଇଁ ମାଳତୀ ଦେବୀ ବାଜି ରାଉତ ଛାତ୍ରାବାସ ସଂଗଠନ କରିଥିଲେ । ଗାନ୍ଧୀଜୀ ତାଙ୍କୁ ତୋଫାନି ଡାକୁଥିଲେ । ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟତା ଛାଡି ଗାନ୍ଧୀଜୀଙ୍କ ଡ଼ାକରାରେ , ନୂଆଖଳି(ବାଂଲାଦେଶ) ଶାନ୍ତି ପଦଯାତ୍ରାରେ ସେ ସାମିଲ ହୋଇଥିଲେ । ଅବହେଳିତ ଜନସାଧାରଣର ସାହାରା ଥିଲେ ନୁମା । ଆଜିର ଏହି ସଭାରେ ସ୍ମୃତୀ କମିଟିର ଆବାହକ ଅଦ୍ୟାଶ୍ଲୋକ ମିଶ୍ର , ସାଥି ଦିବ୍ୟଜ୍ୟୋତି ନାୟକ , ବିଶ୍ଵଜିତ ବିଶ୍ୱାଳ , ଅସିତ ସାହୁ , ନିରୋଦ କୁମାର ସାହୁ , ସୂର୍ଯ୍ୟନାରାୟଣ ନାଥ , ବିଶ୍ଵଜିତ ବିଶ୍ୱାଳ , ଅଜୟ ସାହୁ , ଦୁଷ୍ମନ୍ତ ନାଥ , ସିତୁ ନାୟକ ଆଦି ଉପସ୍ଥିତ ଥିଲେ । ସଭା ଶେଷରେ ସାଥି ସୂର୍ଯ୍ୟନାରାୟଣ ନାଥ ଧନ୍ୟବାଦ ଦେଇଥିଲେ । Advertisement
କ୍ୟାଟ ଅନଗୁଳ ଜିଲ୍ଲା ଶାଖାର ପ୍ରତିଷ୍ଠା ଦିବସ ଅନୁଗୁଳ – କ୍ୟାଟ ଅନଗୁଳ ଜିଲ୍ଲା ଶାଖା ର ଚତୁର୍ଥ ପ୍ରତିଷ୍ଠା ଦିବସ ହୋଟେଲ କମଲେସ କଣ୍ଟିନେଣ୍ଟାଲ ଠାରେ ଆୟୋଜିତ ହୋଇଯାଇ ଅଛି । କ୍ୟାଟ ଅନୁଗୁଳ…
ନଦୀରେ ବୁଡି ଜଣେ ମୃତ ତାଳଚେର – ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ତାଳଚେର କଙ୍କିଳି ଗ୍ରାମର ତ୍ରିପୁର…
ନଦୀ ପାଇଁ ଚିନ୍ତା – ମହାନଦୀର ସାମ୍ପ୍ରତିକ ଅବସ୍ଥା ବିପର୍ଯ୍ୟସ୍ତ ଅନୁଗୁଳ – ଓଡିଶା ତଥା ଭାରତବର୍ଷ ଦେଇ ବହି ଯାଇଥିବା ନଦୀ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବି ଓ ପରିବେଶ କର୍ମୀ । ନଦୀର ସ୍ଥିତିକୁ…