ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ – ଜ୍ଵାଇଁ ଘରୁ ମିଳିଲା ପୁଳା ପୁଳା ଟଙ୍କା

ଅନୁଗୁଳ – ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଠମଲ୍ଲିକ ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ରାମଚନ୍ଦ୍ର ଶତପଥୀଙ୍କର ୧୯ଟି ଜାଗାରେ ଚଢ଼ାଉ କରିଛି । ଢେଙ୍କାନାଳ ପୈତୃକ ବାସଭବନ ସମେତ , ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, କ୍ଵାଟର , କଟକ ଓ ଭବାନୀପାଟଣା ଭଳି ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଆଜି ତାଙ୍କ କାର୍ଯ୍ୟାଳୟ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ବାସଭବନ ଉପରେ ଭିଜିଲାନ୍ସ ଟିମ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲା । ଏହି କ୍ରମରେ ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ, ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ସରକାରୀ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହସ୍ଥିତ ପୈତୃକ ଘର ଓ କଟକରେ ଚଢ଼ାଉ ଚାଲିଛି ।  ଆଜି ସକାଳେ ଭିଜିଲାନ୍ସ ଟିମ୍ ରାମଚନ୍ଦ୍ର ଶତପଥୀଙ୍କ ଜ୍ବାଇଁ ଜୁନାଗଡ଼ ଡାକ୍ତରଖାନାରେ କାମ କରୁଥିବା ଡାକ୍ତର ତପନ ତ୍ରିପାଠୀଙ୍କ ଘରୁ  ନଗଦ ୨୨ ଲକ୍ଷ ଟଙ୍କା ଠାବ କରିଛି । ଏହି ଟଙ୍କା ତାଙ୍କର ନୁହେଁ ବରଂ ତାଙ୍କ ଶ୍ବଶୁର ରାମଚନ୍ଦ୍ର ଶତପଥୀଙ୍କର ବୋଲି ଡାକ୍ତର ତପନ ତ୍ରିପାଠୀ ଭିଜିଲାନ୍ସକୁ ସଫେଇ ଦେଇଥିବା କୁହାଯାଉଛି । ଏଣେ ସେ ଅନ୍ୟ ଝିଅ ଘରେ ବି ଅନୈତିକ ଉପାୟରେ ଠୁଳ କରିଥିବା ଟଙ୍କା ଲୁଚାଇଥିବା କୁହାଯାଉଛି ।

ଏଥିସହ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼ରେ ଥିବା ଦୁଇ ଝିଅଙ୍କ ଘରେ ବି ଚଢ଼ାଉ ଚଳାଇଛି ଭିଜଲାନ୍ସ ଟିମ୍ । ଅଧିକ ତଦନ୍ତ ପାଇଁ ରାମଚନ୍ଦ୍ର ଶତପଥୀଙ୍କୁ ଢେଙ୍କାନାଳରୁ ଆଠମଲ୍ଲିକ ନେଇଛି ଭିଜିଲାନ୍ସ ଟିମ୍‌ । ଏହି ଚଢଉରେ ୭ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP), ୧୫ ଜଣ ଇନ୍ସପେକ୍ଟର ଏବଂ ଭିଜିଲାନ୍ସ ବିଭାଗର ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି । ଏହାସହ ଅନ୍ୟାନ୍ୟ ସମ୍ପତ୍ତି ବାବଦରେ ଖୋଳତାଡ଼ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଆଜିର ଚଢାଉ ବେଳେ ଢେଙ୍କାନାଳରେ ତାଙ୍କର ୫ ହଜାର ବର୍ଗ କ୍ଷେତ୍ରର ଏକ ଘର , ୩୨୬ ଗ୍ରାମ ସୁନା , ସମୁଦାୟ ୨୩.୯୫ ଲକ୍ଷ ଟଙ୍କା , ୬୩.୬୯ ଟଙ୍କାର ବ୍ଯାଙ୍କ ଡିପୋଜିଟ ଏବଂ ୨ ଟି କାର ଏବଂ ୨ ଟି ମୋଟରସାଇକେଲ ଥିବା ଜଣା ପଡିଛି ।

ସୂଚନା ଅନୁସାରେ ତାଙ୍କ ନାମରେ ପୂର୍ବରୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇ ଥିଲା । ଏ ପରିକି ଆଠମଲ୍ଲିକ ଅଞ୍ଚଳର ଜଣେ ସରପଞ୍ଚ ତାଙ୍କ ବିଲ୍‌ ପାସ କରି ଦେବା ପାଇ ତାଙ୍କୁ ହଇରାଣ କରୁଥିବା ବେଳେ ସେ ଗୋଡ଼ ଧରି ନିବେଦନ କରିବା ସହ ଏକ ଭିଡିଓ ସୋସିଆଲ ମିଡଆ ରେ ଭାଇରାଲ ହୋଇଥିଲା । ଏ ପରିକି ବିଭିନ୍ନ ବିଲ୍‌ ପାସ କରୁଥିବା ସମୟରେ ସେ ମୋଟା ଅଙ୍କର ଅର୍ଥ ନେଉଥିବା ଅଭିଯୋଗ ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *