ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୋତ୍ସବ ରେ ସବୁ ବର୍ଷ ପରି ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଇଛି । ଜିଲ୍ଲାର ସମସ୍ତ ସହିଦ ମାନଙ୍କ ସମ୍ମାନାର୍ଥେ ସହିଦ ସ୍ମୃତି କମିଟି ପକ୍ଷରୁ ଏହି ସ୍ମୃତି ସ୍ତମ୍ଭ ତିଆରି କରାଯାଇଥାଏ । ଚଳିତ ମାସ ୨୨ ତାରିଖ ରେ ପହେଲଗାଁଓ ରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ପାଇଁ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି ସ୍ମୃତି ସ୍ତମ୍ଭ ରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ସ୍ମୃତି ସ୍ତମ୍ଭ ଦେଖିବାକୁ ମହୋତ୍ସବରେ ବେଶ ଭିଡ଼ ଦେଖିବାକୁ ମିଳିଛି । ସହିଦ ସ୍ମୃତି କମିଟି ପକ୍ଷରୁ ପର୍ଶୁରାମ ଦାଶ, ପ୍ରତାପ କୁମାର ମହାପାତ୍ର, ଆଦ୍ୟାଶ୍ଳୋକ ମିଶ୍ର,ଜୟନ୍ତ କୁମାର କର,ସୂର୍ଯ୍ୟ ନାରାୟଣ ରଥ,ବିଦେଶୀ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
