ଅନୁଗୁଳ – ଅନୁଗୁଳ ପୁରୁଣା ବସ ଷ୍ଟାଣ୍ଡ ରାଜା ସୋମନାଥ ସିଂହ ଜଗଦେବଙ୍କ ପ୍ରତିମୂର୍ତ୍ତି ତଳେ ଓଡ଼ିଶା ପଛୁଆ ବର୍ଗ ମହାସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଗତ କାଲି ସଂଧ୍ୟାରେ ଅନୁଗୁଳ ଜିଲ୍ଲା ମହୋତ୍ସବ କାର୍ଯକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ଯେଉଁ ଭଳି ଭାବେ ଚାଟୁକାରିତର ସବୁ ସୀମା ଉଲଘଂନ କରି ଅହିଂସାର ପ୍ରତୀକ ଶାନ୍ତି ଦୂତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ୍ ମାଝିଙ୍କୁ ତୁଳନା କଲେ ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଘୂର୍ଣ୍ୟ କାର୍ଯ୍ୟ ବୋଲି ଅଭିଯୋଗ କରିଛି ଓଡ଼ିଶା ପଛୁଆ ବର୍ଗ ମହାସଂଘ । ଯେଉଁ ମୋହନ୍ ମାଝୀ ଗ୍ରାହାମ ଷ୍ଟେନ୍ସ ପୋଡ଼ି ର ମୁଖ୍ୟ ଆସାମୀ ଦାରା ସିଂହ ଏବଂ ତାଙ୍କର ସହଯୋଗୀକୁ ମୁକଲାଇବା ପାଇଁ ଧାରଣରେ ବସିଥିଲେ ଏବଂ ତାଙ୍କୁ ମହାତ୍ମା ଗାନ୍ଧୀଙ୍କ ସହିତ ତୁଳନା କରିବା ଜଣେ ବିଜେପି ଦଳର ସାଂସଦଙ୍କ ପକ୍ଷେ ଚାଟୁକାରିତର କେତେ ତଳ ସ୍ତରକୁ ଯାଇ ପାରନ୍ତି ଏହା ଏକ ଜ୍ୱଳନ୍ତ ଉଦାହରଣ ବୋଲି କହିଥିଲେ । ଓଡ଼ିଶା ପଛୁଆ ବର୍ଗ ମହାସଂଘ ର ସାଧରଣ ସମ୍ପାଦକ ପ୍ରବୋଧ କୁମାର ସ୍ବାଇଁ ସଭାପତି ଜୟନ୍ତ କୁମାର ସାହୁ, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା କଂଗ୍ରେସ ଶ୍ରୀ ଟିକନ୍ କୁମାର ବେହେରା , ପୂର୍ବତନ ରାଜ୍ୟ ଓବିସି ସେଲ ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ବିଶ୍ଵାଳ, ପୂର୍ବତନ ଜିଲ୍ଲା କଂଗ୍ରେସ ଉପ ସଭାପତି ତପନ୍ କୁମାର୍ ପ୍ରଧାନ, ପୂର୍ବତନ ରାଜ୍ୟ ସମ୍ପାଦକ ଓଡ଼ିଶା କଂଗ୍ରେସ ଶ୍ରୀ ସରୋଜ କୁମାର ପ୍ରଧାନ , ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ଅଭିଷେକ ନାୟକ, ନାରୀ ନେତ୍ରୀ ଶ୍ରୀମତୀ ସରସ୍ଵତୀ ଦାସ୍, ବିନ୍ଦୀୟା ବେହେରା, ସବିତା ଗୋଛୟତ, ନିରୁପମା ନାୟକ, ସତ୍ୟଭାମା ସାହୁ, ଛାତ୍ର ସାହିଲ ନାୟକ, ଅସିତ୍ କୁମାର ସାହୁ, ଅଶୋକ ନାୟକ, ବିକ୍ରମ୍ ନାୟକ, ଆଶୁତୋଷ ଦାସ, ସାଗର ବେହେରା , ଶଙ୍କର ଗୋଛୟତ, ବିଶାଳ ନାୟକ , ପ୍ରମୁଖ ନେତ୍ରୁ ବୃନ୍ଦ ଗଣମାଧ୍ୟମ ଜରିଆରେ ଦାବି କରିଛନ୍ତି ଯେ ସାଂସଦ ପାଣି , ତାଙ୍କର ବକ୍ତବ୍ୟ ପ୍ରତ୍ୟାହାର କରନ୍ତୁ ଏବଂ ସର୍ବ ସମୁଖରେ ବାପୁଙ୍କୁ ଯେଉଁ ଅପମାନ କରିଛନ୍ତି କ୍ଷମା ପ୍ରାର୍ଥନା କରନ୍ତୁ । ନହେଲେ ଆଗମୀ ଦିନରେ ଏହାର ଦୃଢ଼ ଜବାବ୍ ଓଡ଼ିଶା ବାସୀ ଦେବେ । ଯେଉଁ ପରିସ୍ଥିତ ସୃଷ୍ଟି ହେବ ସେଥିପାଇଁ ମାନ୍ୟବର ସାଂସଦ ଦାୟୀ ରହିବେ ବୋଲି ଚେତାବନୀ ଦେଇଛି ଓଡ଼ିଶା ପଛୁଆ ବର୍ଗ ମହାସଂଘ ।
