ପଢିବାକୁ ଯାଇଥିବା ଅଙ୍ଗନୱାଡି ଶିଶୁ ମୃତ

ଅନୁଗୁଳ – ଅଙ୍ଗନୱାଡି କେନ୍ଦ୍ରକୁ ପଢିବାକୁ ଯାଇ ଶିଶୁ ଗୁରୁତର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କତଡା ପଞ୍ଚାୟତ ବଡ଼ମୁଳ ଅଙ୍ଗନୱାଡି କେନ୍ଦ୍ରରେ ।

ସୂଚନା ଅନୁସାରେ ଆଜି ପିତାଚରି ଗାଁର ଚିକନ ଗଡନାୟକଙ୍କ ୪ ବର୍ଷର ପୁଅ ଆଜି ବଡ଼ମୂଳ ଅଙ୍ଗନୱାଡିକୁ ପଢିବାକୁ ଯାଇଥିଲା । ତେବେ ସକାଳ ପ୍ରାୟ ୯.୩୦ ପରେ ଶିଶୁଟି ଖାଇ ସାରିବା ପରେ ଗୁରୁତର ହୋଇ ଯାଇଥିଲା । ଶିଶୁର ଅବସ୍ଥା ଦେଖି ତା ପରିବାର ଲୋକଙ୍କୁ ଖବର ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି । ଶିଶୁଟିର ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ । କାହିଁକି ଓ କିଭଳି ତାର ମୃତ୍ୟୁ ହେଲା ତାହା ଜଣା ପଡି ନାହିଁ । ଶବ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ।

ତେବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହି ଥିବାରୁ ରାଜ୍ୟ ସରକାର ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦେଶ ଦେଇଥିଲେ । ତେବେ ୨୬ ତାରିଖ ପରେ ପାଗ ଦେଖି ସ୍କୁଲ ପଠାଇବାକୁ ନିର୍ଦେଶ ଥିଲା । ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଥିଲେ ମଧ୍ୟ ଏବେବି ତାପମାତ୍ରା ଅଧିକ ରହିଛି । ଏଭଳି ପରିସ୍ଥିତିରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisement

Leave a Reply

Your email address will not be published. Required fields are marked *