ଜଙ୍ଗଲ ନିଆଁରେ ଜଳିଗଲା ୬ ବଖରା ଘର

ଜଙ୍ଗଲ ନିଆଁରେ ଜଳିଗଲା ୬ ବଖରା ଘର

ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଯଦୁପୁର ବିଟ ନିକଟରେ ଜଙ୍ଗଲ ଜଳୁଛି । ବିଗତ ଚାରି ଦିନ ହେଲା ଜଙ୍ଗଲ ନିଆଁ ଜଳୁଥିଲେ ହେଁ ବିଭାଗର ଅବହେଳାରୁ ନିଆଁକୁ ଆୟତ କରାଯାଇ ପାରିନାହିଁ । ପରିଣାମ ସ୍ଵରୁପ ଆଜି ଯଦୁପୁର ଜଙ୍ଗଲରୁ ନିଆଁ ପବନରେ ଉଡିଆସି ଯଦୁପୁର ଗ୍ରାମର ଅନ୍ତର ମୁଣ୍ଡା ଓ ଆରତ ବାଘଙ୍କ ପରିବାରର ୬ ବଖରା ଘର ପୋଡି ଯାଇଛି । ଫଳରେ ଏହି ଦୁଇ ପରିବାର ସର୍ଵସ୍ୱାନ୍ତ ହୋଇ ଯାଇଛନ୍ତି ।  ଯାହାକୁ ନେଇ ଜଙ୍ଗଲ ବିଭାଗ ପକ୍ଷରୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଖବର ପାଇ ଆଠମଲ୍ଲିକ ଅଗ୍ନିଶମ ବିଭାଗ ଯାଇ ନିଆଁ କୁ ଆୟତ କରିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply