ସୁଭଦ୍ରା ହତ୍ୟା ଘଟଣାରେ ପୁଲିସକୁ ଦାୟୀ କରି ଏସ.ପି. ଅଫିସ ଘେରାଉ

ଅନୁଗୁଳ – ୨୬ ତାରିଖ ଦିନ ଦ୍ବୀପହରରେ ନିଖୋଜ ହୋଇଗଲା ଯୁବତୀ । ତା ପୁଣି ଷ୍ଟେସନ ଯିବା ରାସ୍ତାରେ । ଆଉ ତାର ଚାରି ଦିନ ପରେ ନିଖୋଜ ଯୁବତୀ ସୁଭଦ୍ରାଙ୍କ ଗଳିତ ମୃତଦେହ ଉଦ୍ଧାର ହେଲା । ଯୁବତୀ ଜଣଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରା ଯାଇଥିବା ସ୍ପଷ୍ଟ ବାରି ହୋଇ ଯାଇଥିଲା । ତେବେ ଏହି ଘଟଣାକୁ ଦିନ ପରେ ଦିନ ଗାଡି ଚାଲିଛି । ଏପର୍ଯ୍ୟନ୍ତ ଯୁବତୀଙ୍କ ହତ୍ୟାକାରୀକୁ ଧରି ପାରୁନି ପୁଲିସ । ପିଡିତାଙ୍କ ପରିବାର ନ୍ୟାୟ ଦେଇ ପାରୁ ନାହାନ୍ତି ପ୍ରଶାସନ ଏବଂ ସରକାର । ଏହାକୁ ନେଇ ଆଜି ଅନୁଗୁଳ ଏସ ପି ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି ।

ନାରୀ ନିର୍ଯ୍ୟାତନା ବିରୋଧୀ ଗଣ କମିଟି ସହାୟତାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଏସ ପି ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ପିଡିତାଙ୍କୁ ନ୍ୟାୟ ଦାବି କରିଛନ୍ତି । ନିଖୋଜ ଅଭିଯୋଗ ହେବା ପରେ ମଧ୍ୟ ପୁଲିସର ନିଷ୍କ୍ରିୟତା ଯୋଗୁଁ ପରିବାର ଲୋକଙ୍କୁ ଦହଗଞ୍ଜ ହେବାକୁ ପଡିଥିଲା । ଆଉ ପୁଲିସର ଅପାରଗତା ଯୋଗୁଁ ଅପରାଧି ସହଜରେ ଖସି ଯାଇ ପାରିଲା ବୋଲି ବିକ୍ଷୋଭକାରୀ ମାନେ ଅଭିଯୋଗ କରିଛନ୍ତି । ସରକାର ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ ନ କରି ଚୁପଚାପ ବସି ଯାଇଛନ୍ତି । ଗତ କିଛି ମାସ ହେଲା ରାଜ୍ୟରେ ଯେଉଁଭଳି ଭାବରେ ନାରୀ ନିର୍ଯ୍ୟାତନା ଓ ହତ୍ୟା ବଢିଛି ସେଥିପାଇଁ ସରକାର ସମ୍ପୁର୍ଣ୍ଣ ଦାୟୀ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏ ସବୁ ବିରୁଦ୍ଧରେ ଆଜି ଏହି ବିକ୍ଷୋଭ କରିବା ସହ ତୁରନ୍ତ ଦୋଷୀକୁ ଧରା ଯାଉ ଏବଂ ପିଡିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *