ବଜ୍ରପାତରେ ଵାପ-ପୁଅ ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବା ସହ ପବନ ହୋଇ ବଡ ବଡ ଗଛ ଭାଙ୍ଗି ପଡିଛି । ଏହି ସମୟରେ ବଜ୍ରପାତ ହୋଇ କିଶୋରନଗର ଥାନା ଟକବା ଗାଁରେ ବାପ-ପୁଅଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ଦୁଇଜଣ ଗୁରୁତର ମଧ୍ୟ ହୋଇଛନ୍ତି ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ଟକବା ଗାଁରେ ସଂନ୍ଧ୍ୟା ସମୟରେ କିଛି ଶ୍ରମିକ ଧାନ ବିଲରେ କାମ କରୁଥିଲେ । ଏହି ସମୟରେ ହଠାତ୍ ଘଡ଼ଘଡ଼ି ସହ କଳାହାଣ୍ଡିଆ ମେଘ ମାଡି ଆସିବାରୁ ସେମାନେ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ । ତେବେ ହଠାତ ବଜ୍ରପାତ ହେବାରୁ ସେଠାରେ ଥିବା ବାପ ପୁଅଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଆଉ ୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ମୃତକ ହେଲେ ବାଲିଖମଣ ଗାଁ ର ୪୫ ବର୍ଷୀୟ ବାପା ପ୍ରଫୁଲ୍ଲ ମାଝି ଓ ପୁଅ ୨୨ ବର୍ଷୀୟ ପ୍ରବୀଣ ମାଝି । ଆହତ ହୋଇଥିବା ୨ ଶ୍ରମିକ ହେଲେ ଟକବା ଗାଁର ବିରଞ୍ଚି ସେଠୀ ଓ ରାଣୀଭୂଇଁ ର ଅରୁଣ ବେହେରା ଗୁରୁତର ଅବସ୍ଥାରେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସମୟରେ ବିରଞ୍ଚି ସେଠୀ ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଅନୁଗୁଳ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *