ସିଙ୍ଗରେଣୀ ଖଣି ପାଇଁ ଗଛ କଟାକୁ ବିରୋଧ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳର ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲରେ ଗଛକଟା ଚାଲିଥିବା ବେଳେ ଥଳିପଶି ଓ କରଡବହାଳର ଗ୍ରାମବାସୀ ଏହାକୁ ବିରୋଧ କରିବା ସହିତ ଗଛକଟା ପାଇଁ ବ୍ୟବହୃତ ମେସିନକୁ ଛଡାଇ ରଖିଥିଲେ । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଖବର ପାଇ ଛେଣ୍ଡିପଦା ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ଗ୍ରାମବାସୀଙ୍କ ସହିତ ଆଲୋଚନା ଜାରି ରଖିଛି ।

ସୂଚନା ଅନୁସାରେ ଛେଣ୍ଡିପଦା ବ୍ଲକରେ ନୟନୀ କୋଇଲା ଖଣି ପାଇଁ ୨୦୨୨ରେ ଷ୍ଟେଜ-୨ ପରିବେଶୀୟ ମଞ୍ଜୁରୀ ମିଳିଵା ପରେ ଛେଣ୍ଡିପଦା ରାମଚଣ୍ଡୀ ଓ ମା ହିଙ୍ଗୁଳା ବନ ସଂରକ୍ଷଣ ସମିତି ଅଧୀନରେ ଥିବା ୪୦୦ ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଗଛ କଟା ଯାଇ କୋଇଲା ଖଣି କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଆଜି କମ୍ପାନୀ କତୃପକ୍ଷ ଥଳିପଶି ଓ କରଡାବାହାଳ ବନ ସଂରକ୍ଷଣ ଅଧୀନରେ ଥିବା ୧୧୬ ହେକ୍ଟର ଜଙ୍ଗଲକୁ ଗ୍ରାମବାସୀଙ୍କ ସହିତ ଆଲୋଚନା ନକରି ଜଙ୍ଗଲରୁ ଗଛ କାଟୁଥିବା ବେଳେ କରଡାଵାହାଳ ଗାଁ ସଭାପତି ରଞ୍ଜନ କୁମାର ପ୍ରଧାନ, ସମ୍ପାଦକ ବନ୍ଧୁ ପ୍ରଧାନ, ଥଳିପଶି ଗାଁ ସଭାପତି ବିଜୟ ସାହୁ, ସମ୍ପାଦକ କୈଳାଶ ସାହୁ, ସନ୍ତୋଷ ସାହୁ, ଟିକନ ସାହୁ,ପ୍ରମୋଦ ସାହୁ, ଅଖିଳ ସାହୁ, ଲିଟୁ ପ୍ରଧାନଙ୍କ ସମେତ ପ୍ରାୟ ଶତାଧିକ ଗ୍ରାମବାସୀ ପହଁଚି ବିରୋଧ କରିବା ସହିତ ୭ଟି ଗଛ କଟା ମେସିନକୁ ଛଡାଇ ଆଣିଥିଲେ । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଁଚି କମ୍ପାନୀର ୭ଟି କଟର ମେସିନକୁ ଉଦ୍ଧାର କରିବା ସହିତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛି । ଗ୍ରାମବାସୀଙ୍କ କହିବାଅନୁଯାୟୀ ପ୍ରାୟ ୫୦ବର୍ଷରୁ ଉର୍ଦ୍ଧ ହେବ ଉକ୍ତ ଜଙ୍ଗଲକୁ ପାଳି କରି ଜଗିଆସୁଛନ୍ତି । ଏହି ଜଙ୍ଗଲରୁ ପ୍ରାୟ ୩୫୦ରୁ ଉର୍ଦ୍ଧ ପରିବାର ପ୍ରତିପୋଷଣ ହେଉଛନ୍ତି । କିନ୍ତୁ କମ୍ପାନୀ କତୃପକ୍ଷ ଗ୍ରାମବାସୀଙ୍କ ସହିତ ଆଲୋଚନା ନକରି ଯୋର ଜବରଦସ୍ତ ଗଛ କାଟୁଛି । ଯାହାକୁ ନେଇ ଏହି ବିରୋଧ କରାଯାଇଛି । ଯଦି ପ୍ରଶାସନ ପକ୍ଷରୁ ଏହାର ତୁରନ୍ତ ସମାଧାନ କରାନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କଡା ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Advertisement

Leave a Reply

Your email address will not be published. Required fields are marked *