ଚୋରା ବନ୍ଧୁକ ତିଆରି ବେଳେ ପୁଲିସର ଚଢାଉ – ୨ ଗିରଫ

ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ପୁଲିସ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ଉପରେ ଚଢାଉ କରିଥିବା ବେଳେ ଦେଶୀ ବନ୍ଧୁକ ସହ ଜଣକୁ ଗିରଫ କରିଛି ।

ସୂଚନା ଅନୁସାରେ ପାଲଲହଡା ଥାନା ଅନ୍ତର୍ଗତ ସଲେଇ ଗ୍ରାମରେ ଦେଶୀ ବନ୍ଧୁକ ତିଆରି ହେଉଥିବା ଖବର ପାଇ ପାଲଲହଡା ପୁଲିସର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୁଲିସ ଦୁଇଟି ବନ୍ଧୁକ ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି । ସେହି ଗ୍ରାମର ଜର୍ଜ କମାଲ ନାମକ ବ୍ୟକ୍ତିକୁ ପୁଲିସ ଗିରଫ କରିଛି । ଦୀର୍ଘଦିନ ହେବ ଜର୍ଜ ବେଆଇନ ଭାବେ ଦେଶୀ ବନ୍ଧୁକ ନିର୍ମାଣ କରି ୫ ରୁ ୧୦ ହଜାର ଟଙ୍କାରେ ବିକ୍ରି କରୁଥିଲେ । ପ୍ରକାଶ ଥାଉ କି ଗତକାଲି ଖମାର ପୁଲିସର ଏକ ଟିମ ଜମ୍ବୁଆ ଗ୍ରାମରେ ଚଢ଼ାଉ କରି ଏକ ଦେଶୀ ବନ୍ଧୁକ ସହ କିଛି ସରଞ୍ଜାମ ଜବତ କରିବା ସହ ଗ୍ରାମର ବଣୁ କିସାନକୁ ଗିରଫ କରିଥିଲା ।

Advertisement

Leave a Reply

Your email address will not be published. Required fields are marked *