ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଜିଏମଡିସି କମ୍ପାନୀର ପ୍ରସ୍ତାବିତ ଖଣି ଅଞ୍ଚଳରେ ଡ୍ରୋନ ମାଧ୍ୟମରେ କମ୍ପାନୀ ସର୍ଭେ କରୁଥିବାବେଳେ ଏହାକୁ ନେଇ କ୍ଷତିଗ୍ରସ୍ତ ଗ୍ରାମବାସୀ ବିରୋଧ କରିବା ସହିତ ଛେଣ୍ଡିପଦା ଥାନା ଘେରାଓ କରିଛନ୍ତି l
ସୂଚନା ଅନୁସାରେ ଛେଣ୍ଡିପଦା ବ୍ଲକରେ ଜିଏମଡିସି କମ୍ପାନୀ ପକ୍ଷରୁ କୋଇଲା ଖଣି କରିବା ପାଇଁ ସର୍ଭେ କାର୍ଯ୍ୟ ଚାଲୁଥିବା ବେଳେ କ୍ଷତିଗ୍ରସ୍ତ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରି ଆସୁଛନ୍ତି l ବାରମ୍ବାର ବିରୋଧ କରିବା ସତ୍ୱେ କମ୍ପାନୀ କର୍ମଚାରୀ ଗାଁ ନିକଟକୁ ଆସି ସର୍ଭେ କରୁଥିବାରୁ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l ଯେ ପର୍ଯ୍ୟନ୍ତ ଗ୍ରାମବାସୀ ଓ କମ୍ପାନୀ ମଧ୍ୟରେ ଆଲୋଚନା କରାଯାଇ ସମାଧାନ ନ ହୋଇଛି ଏବଂ ଆଞ୍ଚଳିକ ପ୍ରଶାସନିକ ଅଧିକାରୀଙ୍କ ଅନୁମତି ବିନା ଗାଁରେ ପ୍ରବେଶ କରିବେନି ବୋଲି କମ୍ପାନୀ ଓ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିବା ବେଳେ କମ୍ପାନୀ କତୃପକ୍ଷ ଆଜି ଏକ ଡ୍ରୋନ ସାହାଯ୍ୟରେ ଛେଣ୍ଡିପଦା ଥାନା ପରିସରରୁ ସର୍ଭେ କରିଥିଲେ l ଏହି ଘଟଣା କ୍ଷତିଗ୍ରସ୍ତ ପ୍ରଜା ଜାଣିବା ପରେ ପୁଲିସର କମ୍ପାନୀ ପ୍ରୀତିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହିତ ଛେଣ୍ଡିପଦା ଥାନା ଘେରାଉ କରିଥିଲେ l ଏନେଇ ବିସ୍ଥାପିତ ମଞ୍ଚ ଆବାହକ ଉଦୟନାଥ ବେହେରା, ପ୍ରମୋଦ ମାଝୀ, ଧରଣୀଧର ଗଡ଼ନାୟକ,ସଞ୍ଜୟ ମାଝୀ, ସାବିତ୍ରୀ ବେହେରା, ଜିତେନ୍ଦ୍ର ସାହୁଙ୍କ ସମେତ ଦୁଇଶହରୁ ଉର୍ଦ୍ଧ୍ୱ କ୍ଷତିଗ୍ରସ୍ତ ପୁରଷ ଓ ମହିଳା ମାନେ ଥାନା ଘେରାଉ କରିଥିଲେ l
