ଖେଳ ଓ ଖେଳାଳିମୁଖ୍ୟ ଖବର ଖେଳୁଥିବା ବେଳେ ଟଳି ପଡିଲେ ଯୁବକ Angul OnlineMarch 17, 2021March 17, 2021 ତାଳଚେର – ଖେଳୁଥିବା ବେଳେ ଚାଲିଗଲା ଜୀବନ । ଖେଳୁ ଖେଳୁ ପଡ଼ିଆରେ ଟଳି ପଡିଲେ ଯୁବକ । ଏଭଳି ଘଟଣା ଘଟିଛି ତାଳଚେର TTPS ଠାରେ । ଗତକାଲି TTPS ଠାରେ ଏକ ଜିଲ୍ଲା ସ୍ତରୀୟ ଭଳିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ରାତି ପ୍ରାୟ ୧୦ ଟା ପରେ ଗୋବରା ଓ ବଜ୍ରକୋଟ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ ଚାଲିଥିବା ବେଳେ ଘଟିଥିଲା ଅଘଟଣ । ବଜ୍ରକୋଟ ଟିମର ହିମାଞ୍ଚଳ ଦେହୁରୀ ନାମକ ଜଣେ ଯୁବକ ପଡିଆ ଭିତରେ ହଠାତ ଟଳି ପଡ଼ିଥିଲେ । ହୃଦଘାତ ହୋଇଥିବା ଆଶଙ୍କା କରି ତାଙ୍କୁ ତୁରନ୍ତ TTPS ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରା ଯାଇଥିଲା । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । Advertisement
କଳାହାଣ୍ଡି କପ ପାଇଁ ଖେଳାଳି ଚୟନରେ ଅନିୟମିତତା – ଅଭିଯୋଗ ଆଣିଲେ ଖେଳାଳି ଅନୁଗୋଳ – କଳାହାଣ୍ଡି କପ କ୍ରିକେଟ ପାଇଁ ଅନୁଗୋଳ ଜିଲ୍ଲାରୁ ଖେଳାଳି ଚୟନ କରି ଆଜି ପଠା ଯାଇଥିବା ବେଳେ ଚୟନରେ ଅନିୟମିତତା ହୋଇଥିବା କିଛି ଖେଳାଳି…
ମା’ ଖୁମ୍ବେଶ୍ୱରୀ ଓ ମା’ ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ଅନୁଗୁଳ – ଅନୁଗୁଳ ବ୍ଲକ ଇଙ୍କରବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆପଡା ଗାଁ ଖେଳ ପଡ଼ିଆଠାରେ ମା’ ଖୁମ୍ବେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହେଇଯାଇଛି । ଏଥିରେ…
ଓଡ଼ିଶା ଡିଫ୍ ଟାଇଗର ଚମ୍ପିୟାନ ଅନୁଗୁଳ – ଅନୁଗୁଳ କଦମ ପଡ଼ିଆରେ ଓଡ଼ିଶା ବଧିର କ୍ରିକେଟ ସଂଘ ଆନୁକୂଲ୍ୟରେ ଫେବୃଆରୀ ୩ ତାରିଖ ଠାରୁ ଆୟୋଜିତ ହୋଇଥିବା ପ୍ରଥମ ଓଡିଶା ଟ୍ବେଣ୍ଟି-୨୦ ବଧିର…