ଅନୁଗୁଳ – ଓଡ଼ିଶାର ୪ ଟି ବିଭିନ୍ନ ଜୋନରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୫ର କ୍ବାଟର ଫାଇନାଲରେ ଅନୁଗୁଳ ଏଫ ସି ପ୍ରବେଶ କରିଛି । କେନ୍ଦୁଝର ଜୋନ ଠାରେ ୧୫ ବର୍ଷରୁ କମ ବାଳକ ଆନ୍ତଃଜିଲ୍ଲା ଫୁଟବଲ ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ବାଲେଶ୍ଵର ଏଫ ସି କୁ ୩-୦ ଗୋଲରେ , ଦ୍ଵିତୀୟ ମ୍ୟାଚରେ ଦେବଗଡ଼ ଏଫ ସିକୁ ୨-୦ ଗୋଲରେ ଏବଂ ତୃତୀୟ ମ୍ୟାଚ ମୟୁରଭଞ୍ଜ ସହ ୦-୦ ଗୋଲରେ ଅମୀମାଂସିତ ରହିବା ପରେ ଅନୁଗୁଳ ଏଫ ସି କ୍ବାଟର ଫାଇନାଲରେ ସ୍ଥାନ ପକ୍କା କରିଛି । ଆସନ୍ତା ୩ ତାରିଖ କ୍ବାଟର ଫାଇନାଲରେ ଯାଜପୁର ଏଫ ସି କୁ ଭେଟିବ । ଅନୁଗୁଳ ଏଫ ସି ଦଳର ଭଲ ପ୍ରଦର୍ଶନ ପାଇଁ ଅନୁଗୁଳ କ୍ରୀଡା ସମ୍ପାଦକ ଗୌର ଗୋବିନ୍ଦ ସାମନ୍ତ ନିଜେ ଉପସ୍ଥିତ ରହି ଖେଳାଳିଙ୍କ ରଣ କୌଶଳ ପ୍ରସ୍ତୁତ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଦଳର ଏଭଳି ପ୍ରଦର୍ଶନ ପାଇଁ ଅନୁଗୁଳ ଜିଲ୍ଲାପାଳ ସମେତ ବହୁ ଖେଳ ଅନୁଷ୍ଠାନ ଖେଳାଳିଙ୍କୁ ଶୁଭେଛା ଜଣାଇଛନ୍ତି ।
ସି ଏମ ଟ୍ରଫିର କ୍ବାଟର ଫାଇନାଲରେ ଅନୁଗୁଳ
