ସୋଲାର ବିଦ୍ୟୁତ ତାର ଲାଗି ପୁଣି ଏକ ହାତୀର ମୃତ୍ୟୁ

ଛେଣ୍ଡିପଦା- ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡ଼ଙ୍ଗାପାଳ ବିଟ ନାଳିଆ ସାହିରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି l ସୋଲାର କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ବନ ବିଭାଗ ସୂଚନା ଦେଇଛି l ସୂଚନା ଅନୁସାରେ ଏହି ଅଞ୍ଚଳରେ ଗତ କିଛି ଦିନ ହେଲା ଏକ ହାତୀପଲ ରହିଥିବା ବେଳେ ଆଜି ସନ୍ଧ୍ୟାରେ ଫସଲ ଖାଇବାକୁ ଆସିଥିବା ଏହି ମାଈ ହାତୀଟି ସୋଲାର ତା ସଂସ୍ପର୍ଶରେ ଆସିଥିଲା । ହାତୀ ଦାଉରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ସୋଲାର ଫେନସିଙ୍ଗ କରାଯାଉଥିବା ବେଳେ ସୋଲାର କରେଣ୍ଟ ଲାଗି ହାତୀ କିପରି ମୃତ୍ୟୁ ହେଲା , ସେ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି l

Advertisement

Leave a Reply

Your email address will not be published. Required fields are marked *