ଯୁବକଙ୍କ ଉନ୍ମତ୍ତ କାଣ୍ଡ – ନିଜ ବେକକୁ ପନିକିରେ ହାଣିଲା

ଅନୁଗୁଳ – ଅନୁଗୁଜ଼ଳ ରେଲୱେ କଲୋନୀରେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି । ଘଣ୍ଟାଏ କାଳ କଲୋନୀରେ ପନିକି ଧରି ଯୁବକ ଜଣଙ୍କ ଆତଙ୍କ ଖେଳାଇ ଥିଲେ । ପରେ ନିଜେ ବେକ କୁ ନିଜେ କାଟି ଦେଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ, ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ରେଲୱେ କଲୋନୀରେ ଜଣେ ଯୁବକ ଘଣ୍ଟାଏ କାଳ ପନିକି ଧରି ଲୋକଙ୍କୁ ଗୋଡ଼ାଇଥିଲେ । ପରେ ନିଜେ ପନିକିରେ ନିଜ ବେକ କାଟି ଦେଇଥିଲେ । ବେକ କାଟି ହୋଇ ଯୁବକ ଜଣଙ୍କ ପଳାଇ ଯାଉଥିବା ବେଳେ ରେଲୱେ ପୁଲିସ ଅନୁଗୁଳ ପୁଲିସକୁ ଖବର ଦେଇଥିଲେ। ଅନୁଗୁଳ ପୁଲିସ ପହଞ୍ଚି ଚଣ୍ଡୀବଜାର ନିକଟରୁ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଗୁରୁତର ଯୁବକଙ୍କ ନାମ ହରିନା ରାଜପୁତ ହୋଇଥିବା ବେଳେ ଘର ମଧ୍ଯପ୍ରଦେଶ ବୋଲି ସୂଚନା ମିଳିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଯୁବକ ଜଣଙ୍କୁ ଚିକିତ୍ସା କରିବା ପାଇଁ ନେବା ବେଳେ ଡାକ୍ତରଖାନା କର୍ମଚାରୀଙ୍କୁ ମଧ୍ୟ ନାକେଦମ ହେବାକୁ ପଡିଥିଲା ।

Advertisement

Leave a Reply

Your email address will not be published. Required fields are marked *