ଅଙ୍ଗଦାନ କରି ଅମର ହୋଇଗଲେ ଅନୁଗୁଳର ବିଶ୍ଵଜିତ

ଅନୁଗୁଳ – ଅଙ୍ଗଦାନ କରି ଅମର ହେଲେ। ମୃତ୍ୟୁ ପରେ ନିଜର କିଡନୀ ଦାନ କରି ଅମର ହେଲେ ଅନୁଗୁଳ ର ବିଶ୍ବଜିତ ଦାସ । ଗତ ୬ ଦିନ ତଳେ ଏକ ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଆଜି ଡାକ୍ତର ତାଙ୍କ ବ୍ରେନ୍ ଡେଡ ଘୋଷଣା କରିଥିଲେ । ପରେ ତାଙ୍କ ପରିବାର ଲୋକଙ୍କ ସହମତି ରେ ଦୁଇଟି ଯାକ କିଡନୀ କଢାଯାଇଥିଲା । ଗୋଟିଏ ସେହି ଘରୋଇ ହସ୍ପିଟାଲରେ ପ୍ରତିରୋପଣ କରିଯାଇଥିବା ବେଳେ ଅନ୍ୟଟି କଟକ ଏସସିବି ମେଡିକାଲକୁ ଅଣାଯାଇଥିଲା । ଏସସିବି ମେଡିକାଲରେ ଜଗତସିଂହପୁର ଅଞ୍ଚଳର ସୁନିଲ୍ ନାୟକ ନାମକ ଜଣେ ଯୁବକଙ୍କ ଶରୀରରେ ଗୋଟିଏ କିଡନୀ ସଫଳ ପ୍ରତିରୋପଣ କରାଯାଇଅଛି । ସୁନିଲ୍ ଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ଦୀର୍ଘ ୫ ବର୍ଷ ହେଲା ଡାଏଲେସିସ ଚିକିତ୍ସା କରାଯାଉଥିଲା।ଏସସିବି ମେଡିକାଲର ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗ ସହ ଆନେସ୍ଥେସିଆ ବିଭାଗର ଡାକ୍ତରଙ୍କ ସହଯୋଗରେ ଏହି ସଫଳ ପ୍ରତିରୋପଣ କରାଯାଇଅଛି । ବିଶ୍ୱଜିତଙ୍କ ପରିବାରର ଏହି ମହତପଣିଆ ପାଇଁ ଆଜି ସବୁଠି ତାଙ୍କୁ ଭୁରି ଭୁରି ପ୍ରଶଂସା କରା ଯାଉଥିବା ବେଳେ  ବିଶ୍ୱଜିତ ମରି ମଧ୍ୟ ଅମର ହୋଇ ରହି ପାରିବେ । 

Advertisement

Leave a Reply

Your email address will not be published. Required fields are marked *