ନିଟ ପ୍ରବେଶିକା ପରୀକ୍ଷାରେ ସଫଳ ଭାବେ ଉତ୍ତୀର୍ଣ୍ଣ ହେଲେ ରାକେଶ

ଛେଣ୍ଡିପଦା – କଥାରେ ଅଛି ଯଦି ଆପଣ କୌଣସି ଏକ କାମକୁ ନିଷ୍ଠାର ସହିତ କରନ୍ତି ତାହେଲେ ତାହା ନିଶ୍ଚୟ ସଫଳ ହୋଇଥାଏ । ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାଟକୁମୁଣ୍ଡା ଗାଁର ପୁଅ ରାକେଶ ଚନ୍ଦ୍ର ପ୍ରଧାନ । ଯିଏ ନିଟ୍ ପ୍ରବେଶିକା ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ।

ସୂଚନା ଯେ ଚଳିତ ବର୍ଷ ନିଟ ପ୍ରବେଷିକା ପରୀକ୍ଷାରେ ପାଟକୁମୁଣ୍ଡା ଗାଁର ଫାର୍ମାସିଷ୍ଟ ରମେଶ ପ୍ରଧାନ ଓ ରେଢ଼ାଖୋଲ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା କଳ୍ପନା ପ୍ରଧାନଙ୍କ ପୁଅ ରାକେଶ ଚନ୍ଦ୍ର ପ୍ରଧାନ ନିଟ ପରୀକ୍ଷାରେ ୫୬୬ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି । ସେ ସର୍ବ ଭାରତୀୟ ସ୍ତରରେ ୬୫୪୭ ରାଙ୍କ ରଖି ଉତୀର୍ଣ୍ଣ ହୋଇଛନ୍ତି । ଦିନକୁ ପ୍ରାୟ ୧୪ ଘଣ୍ଟା ପରିଶ୍ରମ କରି ଏହି ଏହି ସଫଳତା ଅର୍ଜନ କରିଥିବା କହିଛନ୍ତି । ଏନେଇ ସେ ତାଙ୍କ ପିତାମାତା ଓ ଅଧ୍ୟାପକଙ୍କୁ ଶ୍ରେୟ ଦେଇଥିବା ବେଳେ ତାଙ୍କର କୃତିତ୍ୱ ଛେଣ୍ଡିପଦା ଅଞ୍ଚଳ ପାଇଁ ଗୌରବ ଆଣିଦେଇ ଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟିଛି ।

Advertisement

Leave a Reply

Your email address will not be published. Required fields are marked *