ଖେଳ ଓ ଖେଳାଳି ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା – ତନିଷ୍କାଙ୍କ ସଫଳତା Angul OnlineMarch 17, 2021March 17, 2021 ତାଳଚେର – ପଶ୍ଚିମବଙ୍ଗର ଆସାନସୋଲଠାରେ ଚାଲିଥିବା ତିନିଦିନିଆ ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେରର ଝିଅ ତନିଷ୍ଠା ସାମନ୍ତ ସଫଳତା ପାଇ ରାଜ୍ୟବାସୀଙ୍କ ପାଇଁ ସୁନାମ ଆଣିଛନ୍ତି । ତନିଷ୍କା ଗୋଟିଏ ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ ପଦକ ପାଇବାରେ ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଅଟନ୍ତି । ରାଜ୍ୟର ୭୦ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ଏହି ବନ୍ଧୁକ ଚାଳନା ପ୍ରତିଯୋଗିତା ପାଇଁ ଚୟନ ହୋଇଥିଲେ । ୫ ଜଣଙ୍କ ମଧ୍ୟରେ ତାଳଚେର ରାଇଫଲ , କୃର ସିଦ୍ଧାର୍ଥ ଗଣେଶ୍ୱର ଓ ସବିଂଶ ମିଶ୍ର ସର୍ବଭାରତୀୟ ବନ୍ଧୁକ ଚାଳନା ପାଇଁ ଚୟନ ହୋଇଛନ୍ତି । ପୂର୍ବରୁ ମଧ୍ୟ ତନିଷ୍ଠା ବନ୍ଧୁକ ଚାଳନାରେ ରାଜ୍ୟସ୍ତରରେ ସ୍ଵର୍ଣ୍ଣପଦକ ପାଇଛନ୍ତି । ଏମ ଏସିଏଲ ଜଗନ୍ନାଥ ଡିଏଭି ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ତନିଷ୍କା ତାଳଚେର ଟାଉନ୍ ବଜାର ଅଞ୍ଚଳରେ ଭୁବନେଶ୍ଵର ସାମନ୍ତଙ୍କ କନ୍ୟା ଅଟନ୍ତି । Advertisement
ଅନୁଗୁଳରେ ପ୍ରଥମ ସାଇକ୍ଲୋଥନ ଅନୁଷ୍ଠିତ ଅନୁଗୁଳ – କୋହଲା ପାଗ ତା’ ସାଙ୍ଗକୁ ହାଲୁକା ସୁଲୁସୁଲିଆ ପବନ । ସକାଳୁ ସକାଳୁ ଏଭଳି ଏକ ନିଆରା ପରିବେଶରେ ‘ଅନଗୁଳ ଜିଲ୍ଲା ଯୋଗ ସ˚ଘ…
ଭୁବନେଶ୍ୱରକୁ ହରାଇ ଲୁଟୁ ୱାରୀଅରସ ଚମ୍ପିୟାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଳିଆପଡା ଠାରେ ଅଲ ଇଣ୍ଡିଆ ମିନାକ୍ଷୀ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ ଅନୁଗୁଳ…
କମାଣ୍ଡୋ-୧୧ ଚମ୍ପିୟାନ ଅନୁଗୁଳ – ଲୁଟୁ ୱାରିଅର୍ସ ପ୍ରିମୀୟର ଲିଗ୍ ର ଫାଇନାଲ ମ୍ୟାଚ ସ୍ଥାନୀୟ ପିଟିସି ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲରେ ଭୁବନେଶ୍ଵରର କମାଣ୍ଡୋ-୧୧ ଓ…