ଖସି ପଡିଲା ବ୍ରିଟିସ ଅମଳର ପୋଲ – ଲୁହା ଚୋରି ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଭୁଷୁଡିଲା

ଖସି ପଡିଲା ବ୍ରିଟିସ ଅମଳର ପୋଲ – ଲୁହା ଚୋରି ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଭୁଷୁଡିଲା

ଛେଣ୍ଡିପଦା –  ଅନୁଗୁଳ ଜିଲା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ନିକଟରେ ସିଙ୍ଗିଡା ନଦୀରେ ସ୍ୱାଧିନତା ପୂର୍ବରୁ ନିର୍ମିତ ପୋଲ ଭୁସୁଡି ପଡିଛି ଗତ କିଛି ଦିନ ତଳେ ଏହି ପୋଲର ଲୁହା ସବୁ ଚୋର କାଟି ଚୋରି କରି ନେଇଯିବା ପରେ ପୋଲାତି ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଥିଲା ଆଉ ରାତିରେ ଗୋଟିଏ ପଟ ପୋଲ ଭୁସୁଡି ପଡିଛି । ସୂଚନା ଅନୁସାରେ ପୋଲଟି ବ୍ରିଟିସ ସମୟରେ ୧୯୩୦ ମସିହାରୁ ୧୯୩୨ମସିହା ମଧ୍ୟରେ ନିର୍ମିତ ହୋଇଥିଲା । ପୋଲଟି ଲୁହାରେ ତିଆରି ହୋଇଥିବା ବେଳେ କିଛି ବର୍ଷ ପୂର୍ବ ଯାଏ ଏହା ଉପରେ ଗାଡି ମୋଟର ଯିବା ଆସିବା କରୁଥିଲା । କିନ୍ତୁ ସମୟର ଆବଶ୍ୟକତାକୁ ନେଇ ଉକ୍ତ ପୋଲର ପାଶ୍ୱର୍ରେ ଏକ ନୂତନ ପୋଲ ୨୦୧୦ ମସିହାରେ ନିର୍ମାଣ ହୋଇଥିଲା । ନୁତନ ପୋଲ ନିର୍ମାଣ ପରେ ଏହି ଲୁହା ପୋଲ ଉପରେ ଆଉ ଯିବା ଆସିବା ହେଉ ନଥିଲା । ବିଭାଗୀୟ ରକ୍ଷଣା ବେକ୍ଷଣ ଅଭାବ ସତ୍ବେ ମଧ୍ୟ ପୋଲଟି ଅକ୍ଷୁର୍ଣ୍ଣ ଥିଲା । ତେବେ ନୁତନ ପୋଲ ନିର୍ମାଣ ପରେ ଏହି ପୁରୁଣା ପୋଲ ଉପରେ ଯାତାୟାତ ନ ହେବାର ଫାଇଦା ନେଇଥିଲେ ଚୋର । ରାତିରେ ଦୁର୍ବୃତ୍ତମାନେ ଗ୍ୟାସ କଟର ସାହାଯ୍ୟରେ ଏହି ବ୍ରିଜରେ ଲାଗିଥିବା ମୂଲ୍ୟବାନ ଲୁହା ସବୁ ଚୋରି କରି ନେଇଯାଇଥିଲେ । ପୋଲଟି ଆଜକୁ ୯୦ ବର୍ଷ ହୋଇଥିବାବେଳେ ଆଉ କିଛି ବର୍ଷ ପରେ ତାହା ଏକ ଶହ ବର୍ଷରେ ପଦାର୍ପଣ କରିଥାନ୍ତା । ଯାହକୁ ପୁରୁଣା ସ୍ମୃତି ହିସାବରେ ସାଇତି ରଖିବାକୁ ସ୍ଥାନୀୟ ଲୋକ ଦାବି ମଧ୍ୟ କରିଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ଏହି ପୁରୁଣା ପୋଲଟି ପ୍ରତି କୌଣସି ଗୁରୁତ୍ଵ ଦିଆ ଯାଇ ନଥିଲା । ଯାହା ଫଳରେ ଚୋର ଅନେକ ଲୁହା ଗୁଡିକୁ କାଟି ଚୋରି ହୋଇ ଯିବା ପରେ ପୋଲଟି ତଳକୁ ଝୁଲି ଯାଇଥିଲା । ଆଉ ଶେଷରେ ଆଜୁ ଭୁଷୁଡି ପଡିଛି

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply