ମୁଖ୍ୟ ଖବର ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଗଲା ଚାଷୀଙ୍କ ଜୀବନ – ଟ୍ରାନ୍ସଫର୍ମରରେ ଲାଗି ମୃତ Angul OnlineMarch 19, 2021March 19, 2021 ଅନୁଗୁଳ – ଅନୁଗୁଳ ସଦର ଥାନା ମୁଷାପାପୁଲି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ରେ ଲାଗି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମୂଷାପାପୁଲି ଗ୍ରାମର ପ୍ରକାଶ ସାହୁ(୪୨)ଙ୍କ ଆମ୍ବତୋଟା ନିକଟରେ ଏକ ଚାଷ ବଗିଚା ରହିଛି । ସେଠାରେ ସେ ମକା ଚାଷ ସହ ଅନ୍ୟାନ୍ୟ ଫସଲ କରିଥିଲେ । ତେବେ ଚାଷ କ୍ଷେତ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ସପ୍ତାହେ ହେଲା ତ୍ରୁଟି ରହିଥିବା ଯୋଗୁଁ ଚାଷୀ ଜଣଙ୍କ ଚାଷ ଜମିରେ ପାଣି ଦେଇପାରୁନଥିଲେ । ସେ ବାରମ୍ବାର ଏସମ୍ପର୍କ ରେ ବିଦ୍ୟୁତ ବିଭାଗ କୁ ଜଣାଇଥିଲେ ମଧ୍ୟ ଟ୍ରାନ୍ସଫର୍ମର ଟି ମରାମତି କରାଯାଇନଥିଲା । ଫଳରେ ଚାଷୀ ପ୍ରକାଶ ସାହୁ ଆଜି ସକାଳ ୭ ବେଳକୁ ନିଜେ ଟ୍ରାନ୍ସଫର୍ମର ମରାମତି କରିବାକୁ ଉପରେ ଚଢିଥିଲେ । କିନ୍ତୁ ସେ ସେଠାରେ ୧୧କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳି ଯାଇଥିଲେ । ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ । ଜାତୀୟ ରାଜପଥ ୫୫ ଅବରୋଧ କରି ବସି ରହିବା ଫଳରେ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । Advertisement
ଡଙ୍ଗା ଓଲଟି ଜଣେ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଚାଷଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟରେ ଥିବା ରେଙ୍ଗାଳି ଡ୍ୟାମର ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇଥିବା ବେଳେ…
ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର ଅନୁଗୋଳ: – ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ହମାମିରା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା…
ତାଳଚେର ମେଡ଼ିକାଲ କଲେଜକୁ ଶୀଘ୍ର କାର୍ଯ୍ଯକ୍ଷମ କରିବା ଉପରେ ସରକାରଙ୍କ ପ୍ରାଥମିକତା ଭୁବନେଶ୍ବର – ଅନୁଗୁଳ ଜିଲ୍ଲା ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏବଂ ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଖୁବ୍…