ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତଳମୂଳ ଗ୍ରାମ ଦେଇ ବେଆଇନ୍ ଗୋରୁ ଚାଲାଣ ସମୟରେ ଅନୁଗୁଳ ସ୍ପେସିଆଲ ସ୍କ୍ବାର୍ଡ ପୁଲିସ ଚଢ଼ାଉ କରି ଏକ ଏକ ବଡ଼ ଗୋରୁ ଚାଲାଣ ରାକେଟକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ପାଖରୁ ୧୦୦ ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରିବା ସହ ଗାଡି ଓ ଟଙ୍କା ଜବତ କରିଛି । ଏହି ଚାଲାଣରେ ସମ୍ପୃକ୍ତ ୩୧ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି l ସମସ୍ତ ଗିରଫ ଅଭିଯୁକ୍ତ ମାନେ କଟକ ଜିଲ୍ଲାର । ସୂଚନା ମୁତାବକ ନରସିଂହପୁର ଅଞ୍ଚଳରୁ , ହିନ୍ଦୋଳ ଓ ଆଠଗଡ଼ ଦେଇ କଲିକତା ବେଆଇନ୍ ଗୋରୁ ଚାଲାଣ ହେଉଥିବା ଖବର ପାଇ ସ୍ପେସିଆଲ ସ୍କ୍ବାର୍ଡ ପୁଲିସ ଚଢାଉ କରିଥିଲେ । ପୁଲିସକୁ ଦେଖି ସେମାନେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ୧୨ ଟି ପିକଅପ୍ ଭ୍ୟାନରେ ଗୋରୁ ବୋଝେଇ ହୋଇ ଯାଉଥିବା ବେଳେ ସେଗୁଡିକୁ ଜବତ କରାଯାଇଥିଲା । ସେମାନଙ୍କ ନିକଟରୁ ୧୦୫ ଟି ଗୋରୁ, ଗୋଟିଏ ସ୍ୱିଫ୍ଟ ଡିଜାଏର କାର, ୧୨ ଟି ପିକଅପ ଭ୍ୟାନ ଓ ନଗଦ ୮୭,୫୩୦ ଟଙ୍କା ଓ ୨୧ ଟି ମୋବାଇଲ ଫୋନ ଜବତ କରାଯାଇଛି । ଗୋରୁ ଗୁଡିକୁ ଗୋଶାଳାରେ ରଖା ଯାଇଛି । ଏ ନେଇ ବଅଁରପାଳ ପୁଲିସ ପକ୍ଷରୁ ନଂ ୧୦୪/୨୫/୦୩ /୨୦୨୧ ଧାରା ୩୫୩/୩୦୭/୪୨୯/୫୦୬/୩୪ ଆଇପିସି /୧୧ ପ୍ରିଭେନସନ୍ ଆନିମାଲ ଆକ୍ଟ /୭ ରେ ପ୍ରିଭେନସନ୍ ଆନିମଲ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି ।
What’s your Reaction?
+1
+1
+1
+1
+1
+1
+1