ଆଞ୍ଚଳିକଖେଳ ଓ ଖେଳାଳି ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମହୋତ୍ସବରେ ଅଭିପସାଙ୍କ ସଫଳତା Angul OnlineMarch 25, 2021March 25, 2021 ଅନୁଗୁଳ – ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ୧୮ତମ ରାଜ୍ୟ ଜାମ୍ବୋରେଟ ଓ ଜାତୀୟ ଏକୀକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମାର୍ଚ୍ଚ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ରାଜ୍ୟର ୧୮ ଟି ଜିଲ୍ଲାରୁ ଗାଇଡ ଅଂଶଗ୍ରହଣ କରିଥିଲେ । ଏଥିରେ ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲ , ଅନୁଗୁଳ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍କାଉଟ ଏବଂ ଗାଇଡ ମଧ୍ୟ ଭାଗ ନେଇଥିଲେ । ଏହି ରାଜ୍ୟ ମହୋତ୍ସବ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲା ହିଙ୍ଗୁଳା ଯାତ୍ରା ସହ କାଳିଶି ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ରୋଟାରୀ ପବ୍ଲିକ ସ୍କୁଲର ଅଭିପସା ଜେନା ଫ୍ୟାନ୍ସି ଡ୍ରେସ ପ୍ରତିଯୋଗିତାରେ ଏସିଡ ଆକ୍ରମଣ ବିଷୟରେ ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ଏବଂ ଏକଟା ହିନ ବଳ ବିଷୟରେ ଦିବେଟ ପ୍ରତିଯୋଗିତାରେ ରୋପ୍ୟ ପଦକ ହାସଲ କରିଛନ୍ତି । Advertisement
ପଦ୍ମଫୁଲ ତୋଳିବାକୁ ଯାଇ ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା…
ସର୍ବୋଦୟ ଦିଶା ଦର୍ଶନ ଶିବିର ଉଦଘାଟିତ ଅନୁଗୁଳ – ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ସ୍ଥିତ ବାଜିରାଉତ ଛାତ୍ରାବାସ ପରିସରରେ ରାଷ୍ଟ୍ରୀୟ ଯୁବା ସଂଗଠନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ବାଜିରାଉତ…
ଖୋଲିବ ଧର୍ମାନୁଷ୍ଠାନ – ସର୍ତ୍ତ ଲାଗୁ ଅନୁଗୁଳ – କୋଭିଡର ସାଂପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାରେ ଥିବା ସମସ୍ତ ମନ୍ଦିର , ମସଜିଦ୍ ଓ ଗୀର୍ଜା ଗୁଡିକୁ ଆସନ୍ତା କାଲି(୩ ସେପ୍ଟେମ୍ବର) ଠାରୁ…