ଛେଣ୍ଡିପଦା – ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଉଦୟ ନାଥ ବେହେରା ମହିଳାଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇଥିବା ଜଣା ପଡିଛି । ଶୁକ୍ରବାର ଦିନ ଛେଣ୍ଡିପଦା ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂଚନା ଅନୁସାରେ ଗତ ୧୬ ତାରିଖ ଦିନ ଛେଣ୍ଡିପଦା ଥାନା ଅଞ୍ଚଳର ଜନୈକ ମହିଳା ଏକୁଟିଆ ଘରେ ଥିଲେ । ତାଙ୍କ ସ୍ୱାମୀ ଓ ଶ୍ୱଶୁର କାମରେ ବାହରକୁ ଯାଇଥିଲେ । ଏହି ସମୟରେ ଛେଣ୍ଡିପଦା ଗ୍ରାମର ତଥା ଅନୁଗୁଳ ସ୍ୱଂୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଉଦୟନାଥ ବେହେରା ମହିଳାଙ୍କ ଘରେ ପହଞ୍ଚି ମହିଳାଙ୍କୁ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ । ମହିଳା ଜଣକ ଚିତ୍କାର କରିବାରୁ ଉଦୟ ତାଙ୍କୁ ଛାଡି ଦେଇ ପଳାଇ ଯାଇଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣା ନେଇ ପୁଲିସ କେସ ନଂ୧୫୨/୨୧ରେ ଏକ ମାମଲା ରୁଜ୍ଜୁ କରିଥିଲା । ୧୭ ତାରିଖ ଦିନ ପୁଲିସ୍ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ମହିଳାଙ୍କ ବୟାନ ରେକର୍ଡ କରିଥିଲା । ଆଜି(ଶନିବାର) ପୁଲିସ ଦଫା୪୪୮, ୨୯୪, ୩୫୪(ଖ),୫୦୬ରେ ଉଦୟଙ୍କୁ କୋର୍ଟ ଚାଲାଣ କରିଛି । ଅନ୍ୟପଟେ ପୂର୍ବତନ ଅଧ୍ୟକ୍ଷ ଉଦୟ ମଧ୍ୟ ଉକ୍ତ ମହିଳାଙ୍କ ନାମରେ ଏକ ଜାତିଗତ ମାମଲା ରୁଜ୍ଜୁ କରିଥିବା ଜଣା ପଡିଛି ।
What’s your Reaction?
+1
+1
+1
+1
+1
+1
+1