ମୁଖ୍ୟ ଖବର ଭରତପୁର ରିଜିଓନାଲ ଷ୍ଟୋରରେ ଅଗ୍ନିକାଣ୍ଡ Angul OnlineMarch 30, 2021March 30, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଥିବା MCL ଭରତପୁର ଏରିଆର ରିଜିଓନାଲ ଷ୍ଟୋରରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଷ୍ଟୋରରେ ଥିବା ଲକ୍ଷାଧିକ ଟଙ୍କାର ଟ୍ରକ ଓ ଡ଼ମ୍ଫର ଟାୟାର ସମେତ ଅନ୍ୟାନ୍ୟ ଖଣି କାର୍ଯ୍ୟ ପାଇଁ ଉଦିଷ୍ଟ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ସୂଚନା ରହିଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଥିଲା ବେଳେ ଘଟଣା ସ୍ଥଳରେ MCLର ପାଣି ଟ୍ୟାଙ୍କର ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି ତାହା ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଷ୍ଟୋର ପଛ ପଟରେ ଥିବା ଜଙ୍ଗଲିଆ ଅଞ୍ଚଳରୁ କୌଣସି କାରଣରୁ ନିଆଁ ଲାଗି ଏହି ନିଆଁ ଲାଗିଥାଇ ପରେ ବୋଲି ଅନୁମାନ କରାଯାଉଛି । Advertisement
ବାରହା ଫାଶରେ ପଡି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସାତକୋଶିଆରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ପମ୍ପାସର ରେଞ୍ଜ ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ବିଦ୍ୟୁତ…
ସାଂସଦଙ୍କ ବାସଭବନରୁ ଚୋରି ପାଲଲହଡ଼ା – ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବାସଭବନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ତାଙ୍କ ପାଲଲହଡା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ…
ସାତକୋଶିଆରେ ଅଣ୍ଡା ଫୁଟି ବାହାରିଲେ ଘଡିଆଳ ଛୁଆ ଅନୁଗୋଳ – ଅନୁଗୋଳ ଜିଲ୍ଲା ସାତକୋଶିଆରୁ ପୁଣି ଥରେ ଖୁସି ଖବର ଆସିଛି । ଘଡିଆଳ କୁମ୍ଭୀର ପାଇଁ ସାରା ଦେଶରେ ପରିଚିତ ସାତକୋଶିଆରେ କ୍ରମାଗତ ତୃତୀୟ…