ଜିଲ୍ଲାରେ ଆରମ୍ଭ ହେଲା ପିଙ୍କ ପେଟ୍ରୋଲିଂ – ମହିଳାଙ୍କ କରିବ ସୁରକ୍ଷା

ଜିଲ୍ଲାରେ ଆରମ୍ଭ ହେଲା ପିଙ୍କ ପେଟ୍ରୋଲିଂ – ମହିଳାଙ୍କ କରିବ ସୁରକ୍ଷା

ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ମହିଳାଙ୍କ ସୁରକ୍ଷା ପାଇଁ ଜିଲ୍ଲାରେ ପିଙ୍କ ପେଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ କରିଛି । ଦିନକୁ ଦିନ ମହିଳା ମାନେ  ଲୁଟ, ଛିନତାଇ ଓ ଦୁର୍ବ୍ୟବହାରର ସମ୍ମୁଖୀନ ହେଉଥିବାରୁ ଏହାର ପ୍ରତିହତ ପାଇଁ ଜିଲା ପୁଲିସ ପକ୍ଷରୁ ପିଙ୍କ ପେଟ୍ରୋଲିଂ ବ୍ୟବସ୍ଥାର ଶୁଭାରମ୍ଭ ଆଜି ଉତ୍କଳ ଦିବସ ତଥା ପୁଲିସ ପ୍ରତିଷ୍ଠା ଦିବସରେ ଆରମ୍ଭ କରାଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ ଡି.ଆଇ.ଜି. ସାର୍ଥକ ଷଢଙ୍ଗୀ ଓ ଏସ.ପି. ଜଗମୋହନ ମିନା ପତାକା ଦେଖାଇ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ବିଶେଷ କରି ମହିଳା ପୁଲିସ କର୍ମଚାରୀ ଏହି ପେଟ୍ରୋଲିଂ ବ୍ୟବସ୍ଥାରେ ସାମିଲ ହୋଇ ମହିଳାଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏହା ଛଡା ସନ୍ଧ୍ୟା ସମୟରେ ସହର ଗଳିକନ୍ଦିରେ ବୁଲୁଥିବା ଦୁବୃତ୍ତଙ୍କୁ ମଧ୍ୟ ସାବଡ଼ କରିବା ପାଇଁ କେତକ ମୋଟରସାଇକେଲ ପେଟ୍ରୋଲିଂରେ ମଧ୍ୟ ସାମିଲ ଅଛନ୍ତି । ଏମାନେ କୌଣସି ସ୍ଥାନରେ କିଛିବି ଅଘଟଣ ଘଟିଲେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପାରିବେ ଓ ସୁରକ୍ଷା ଦିଗରେ କାର୍ଯ୍ୟକରି ପାରିବେ । ପ୍ରଥମ ପର୍ଯ୍ୟାୟରେ ଚାରୋଟି ସ୍କୁଟି ଓ ଚାରୋଟି ମୋଟରସାଇକେଲ ଏହି  ପିଙ୍କ ପେଟ୍ରୋଲିଂ ବ୍ୟବସ୍ଥାରେ ସାମିଲ କରା ଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply