ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଡେରା ଗାଁ ପାଖରେ ଥିବା ଅନନ୍ତ କୋଇଲା ଖଣିର ୫ ଓ ୬ ରେଲୱେ ସାଇଡିଂରେ ଟ୍ରେନରେ କଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ରାଜୁ ବାବାଙ୍ଗା । ସେ ବଲଣ୍ଡା ସ୍ଥିତ ଚଟିଆହାଟିଂର ବୋଲି ଜଣାପଡିଛି । ସୂଚନା ଅନୁସାରେ ରାଜୁ PRCL କମ୍ପାନୀରେ ଚେକିଂ ଲେବର ରୂପେ କାର୍ଯ୍ୟରତ ଥିଲେ । ଆଜି ରାତିରେ ସେ ସେଠାରେ କାମ କରୁଥିବା ସମୟରେ କୌଣସି କାରଣ ବଶତଃ ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କୋଲିୟାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସେପଟେ କ୍ଷତିପୂରଣ ଦାବିରେ ଠିକା ଶ୍ରମିକ ମାନେ ଧାରଣାରେ ବସିଛନ୍ତି ।
What’s your Reaction?
+1
+1
+1
+1
+1
+1
+1