Uncategorized ଗୋଟିଏ ସ୍ଥାନରୁ ୫୨ ସାପ ଉଦ୍ଧାର Angul OnlineApril 3, 2021April 3, 2021 ଅନୁଗୁଳ – ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ଗ୍ରାମ କେନାଲ ସାହିରୁ ୫୨ ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର କରାଯାଇଅଛି । କେନାଲ ସାହି ବିଦେଶୀ ବେହେରାଙ୍କ ଘର ପଛ ପାଖ ବାଡିରେ ଏକ ଆଜବେଷ୍ଟସ ତଳୁ ଗତ ୧୩ ତାରିଖରେ ଏକ ପାଣିଧଣ୍ଢ ସାପ ଥିବା ଦେଖି ପରିବାର ଲୋକେ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ଆଦିତ୍ୟ ବେହେରା ଓ ସାଥୀ ରାଧାମୋହନ ସାହୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏକ ବଡ ମାଇ ପାଣିଧଣ୍ଢ ଓ ତା ପାଖରେ ଥିବା ପାଖାପାଖି ୬୦ ରୁ ୬୫ ଟି ଅଣ୍ଡା ଥିବା ଦେଖିବାକୁ ପାଇଥିଲେ । ଫଳରେ ଆଦିତ୍ୟ , ମାଆ ସାପଟିକୁ ଉଦ୍ଧାର କରି ଏକ ସୁରକ୍ଷିତ ସ୍ଥାନରେ ଛାଡି ଦେବା ସହ ଅଣ୍ଡାଗୁଡିକୁ ଯତ୍ନ ଓ ଅତି ସତର୍କତାର ସହ ଉଦ୍ଧାର ଜାଗା ନିକଟବର୍ତ୍ତୀ ଅନ୍ୟ ଏକ ଜାଗାରେ ସୁରକ୍ଷିତ ଭାବରେ ରଖି ଦେଇଥିଲେ । ସୌଭାଗ୍ୟବଶତଃ ମାଆ ସାପ ଉଦ୍ଧାରର ସେହି ସ୍ଥାନକୁ ଆସି ଅଣ୍ଡାଗୁଡିକ ଫୁଟାଇଥିଲା । ସେଥିରୁ ମୋଟ ୫୨ ଟି ପାଣିଧଣ୍ଢ ସାପ ଛୁଆ ଜୀବିତ ଓ ସୁସ୍ଥ ଅବସ୍ଥାରେ ଥିବା ବେଳେ ସର୍ପମିତ୍ର ଆଦିତ୍ୟ ଓ ସାଥୀ ରାଧାମୋହନ ସାହୁ ଉଦ୍ଧାର କରିଥିଲେ । ଏ ବାବଦରେ ଅନୁଗୁଳ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇବା ସହ ତାଙ୍କ ତତ୍ତ୍ବାବଧାନରେ ସାପ ଛୁଆ ଗୁଡିକୁ ସେମାନଙ୍କ ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଅଛି । https://angulonline.com/wp-content/uploads/2021/04/WhatsApp-Video-2021-04-03-at-19.24.30.mp4 Advertisement
ରଘୁନାଥଙ୍କ ସ୍ମୃତିରେ ରକ୍ତଦାନ ଅନୁଗୁଳ – ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ଏକାଦଶାହ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅନୁଗୁଳ ଜିଲ୍ଲା ରକ୍ତଭଣ୍ଡାରଠାରେ ଏହି…
ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ଅନୁଗୁଳ – ଦଶମ ପରୀକ୍ଷା ରେ ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ । ଇଲେକ୍ଟ୍ରୋନିକ୍ସ ଆଣ୍ଡ ହର୍ଡୋୟାର ବିଷୟରେ (OPATIONAL) ପ୍ରଶ୍ନ ପତ୍ରରେ ଭୁଲ ଥିବା ନେଇ ଅଭିଯୋଗ…
ବିଧାୟକ ଅଶୋକ ମହାନ୍ତି ମିଛ କହୁଛନ୍ତି – ମୁକେଶ ପାଳ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡାର ବିଧାୟକ ଅଶୋକ ମହାନ୍ତି ମିଛ କହୁଛନ୍ତି । ଟଙ୍କାଟିଏ ନ ଦେଇ କୋଟିଏ ଟଙ୍କା ଦେଇଥିବା ମିଥ୍ୟା ତଥ୍ୟ ଦେଉଛନ୍ତି…