ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ ସାମ୍ନା ଜାତୀୟ ରାଜପଥ ୫୫ ପାର୍ଶ୍ବରେ ଆଧିପତ୍ୟ ବିସ୍ତାର କରୁଥିବା କେତେକ ଯାଯାବର ପରିବାରକୁ ପ୍ରଶାସନ ଉଚ୍ଛେଦ କରିଛି । ସହର ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକା ପକ୍ଷରୁ ରାସ୍ତା ପାର୍ଶ୍ଵରୁ ଜବରଦଖଲ ହଟାଯାଇ ସେଠାରେ ବାଡ଼ ଦିଆଯାଇଥିଲା । କିନ୍ତୁ କିଛି ଯାଯାବର ଲୋକେ ଉକ୍ତ ଜାଗାକୁ ଜବରଦଖଲ କରି ରହି ଆସୁଥିଲେ । ଏପରି କି ସେହି ଅଞ୍ଚଳକୁ ଅପରିଷ୍କାର କରିବା ସହ ସହରର ସ୍ଵଚ୍ଛତାକୁ ନଷ୍ଟ କରୁଥିଲେ । ଏ ନେଇ ଗଣମାଧ୍ୟମରେ ପ୍ରକାଶ ହେବା ସହ ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରା ଯାଇଥିଲା । ଏହାପରେ ଜିଲ୍ଲାପାଳ ସମ୍ପୃକ୍ତ ଯାଯାବର ପରିବାରମାନଙ୍କୁ ଉଚ୍ଛେଦ କରିବାକୁ ନିର୍ଦେଶ ଦେଇଥିଲେ । ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ତୁରନ୍ତ ଉଚ୍ଛେଦ ପାଇଁ ବ୍ୟବସ୍ଥା କରିଥିଲେ । ଅନୁଗୁଳ ପୌରପାଳିକା , ତହସିଲ ଓ ପୁଲିସର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ କରାଯାଇଥିଲା ।
What’s your Reaction?
+1
+1
+1
+1
+1
+1
+1