ଅନୁଗୁଳ – ଆସନ୍ତା ୭ ତାରିଖ (ବୁଧବାର) ଅନୁଗୁଳ ବନ୍ଦ । ଅନୁଗୁଳ ଜିଲ୍ଲା ବିଜେଡି ପକ୍ଷରୁ ଟିଟିପିଏସ ବନ୍ଦ ପ୍ରତିବାଦରେ ବୁଧବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି । ଆଜି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ , ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା ପାଇଁ ଦୁର୍ଭାଗ୍ୟଜନକ । ପ୍ରଦୂଷଣର ଆଳ ଦେଖାଇ କେନ୍ଦ୍ର ସରକାର ଏହାକୁ ବନ୍ଦ କରିଦେଲେ । ଯାହାଫଳରେ ୨ ହଜାର ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ବ ଲୋକ ରୋଜଗାର ହରାଇଲେ । ସେପଟେ ଟିଟିପିଏସ ପକ୍ଷରୁ ନୂତନ ପ୍ଲାଣ୍ଟ ତିଆରି ପାଇଁ କୌଣସି ସଠିକ ତଥ୍ୟ ପ୍ରଦାନ କରା ଯାଉ ନାହିଁ କି କାମରେ ଅଗ୍ରଗତି ମଧ୍ୟ କରା ଯାଉ ନାହିଁ । କେନ୍ଦ୍ର ସରକାର ଏହି ପ୍ଲାଣ୍ଟକୁ ବନ୍ଦ କରି ଘରୋଇକରଣ କରିବାର ଚକ୍ରାନ୍ତ କରୁଛନ୍ତି । ଏହା ସହ ଓଡ଼ିଶାର ଅର୍ଥନୈତିକ ଅବରୋଧ କରିବାକୁ ଏହା ଏକ ଷଡଯନ୍ତ୍ର ମଧ୍ୟ ହୋଇଥାଇପାରେ ବୋଲି ବିଜେଡି ଅଭିଯୋଗ କରିଛି । ଚାଲିବାକୁ ସକ୍ଷମ ଥିବା ଏହି ପ୍ଲାଣ୍ଟକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଣ୍ଡରେ ଅଠା ବୋଳି ବନ୍ଦ କରା ଯାଉଛି । ଯାହାକି ସଂପୂର୍ଣ୍ଣ ଭିତ୍ତିହୀନ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିବେଶ ମଞ୍ଜୁରୀ ପାଇଁ ବାରମ୍ବାର ଚିଠି କରିଥିଲେ ମଧ୍ୟ ଟିଟିପିଏସ କର୍ତ୍ତୁପକ୍ଷ ଗାଲୁଆମୀ କରି ଏହି ପ୍ଲାଣ୍ଟକୁ ବନ୍ଦ କରି ଦେଇଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ଆଉ ଏହାର ପ୍ରତିବାଦରେ ଏବଂ ତୁରନ୍ତ ଏହି ପୁରୁଣା ପ୍ଳାଣ୍ଟକୁ ଚଳାଇବା ସହ ନୂତନ ପ୍ଲାଣ୍ଟ ତିଆରି କରିବା ଦାବିରେ ଅନୁଗୁଳ ବନ୍ଦ କରାଯିବ । ଅତ୍ୟାବଶ୍ୟକ ସେବାକୁ ବାଦ ଦେଲେ ସମଗ୍ର ଜିଲ୍ଲାରେ ୧୨ ଘଣ୍ଟା ଯାଏ ସମସ୍ତ ସରକାରୀ , ବେସରକାରୀ କାର୍ଯ୍ୟାଳୟ ସମେତ ଚକଅଖ ବନ୍ଦ ରହିବ ବୋଲି ବିଜେଡି କହିଛି ।
What’s your Reaction?
+1
+1
+1
+1
+1
+1
+1