ମୁଖ୍ୟ ଖବର ଦୁଇ ଜଣଙ୍କୁ କଚାଡି ମାରିଲା ହାତୀ Angul OnlineApril 7, 2021April 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଛେଣ୍ଡିପଦା ବନାଞ୍ଚଳ ଚନ୍ଦ୍ରପୁର ଗାଁ ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଆଜି ଭୋରରୁ ମହୁଲ ଗୋଟାଇବାକୁ ଯାଇଥିବା ସେହି ଗାଁର ସୁଆଦି ସେଠି ପ୍ରଥମେ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀ ତାଙ୍କୁ କଚାଡି ମାରି ଦେଇଥିଲା । ପରେ କାଠିଆ(ପଂଚାନନ) ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ରାସ୍ତାରେ ସାଇକେଲ ଧରି ଫେରୁଥିବା ବେଳେ ତାଙ୍କୁ ମଧ୍ୟ ହାତୀ ଗୋଡ଼ାଇ ମାରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁକୁ ନେଇ ଗାଁରେ ସାମାନ୍ୟ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଖବର ପାଇ ଛେଣ୍ଡିପଦା ପୁଲିସ ଓ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ତଦନ୍ତ କରା ଯାଉଛି । ସେପଟେ ହାତୀଟି ଦେବଗଡ ଜଙ୍ଗଲରୁ ପଳାଇ ଆସିଥିବା ଜଣା ପଡିଛି । Advertisement
ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ ତାଳଚେର – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ରେଙ୍ଗାଳି ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଆଜି ଜଣେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି ।…
ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ସାତ ଗୋରୁଙ୍କ ମଧ୍ଯ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ସାତ ଗୋରୁଙ୍କ ମଧ୍ଯ ମୃତ୍ଯୁ…
ତୈଳଦର ବୃଦ୍ଧି ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ ଅନୁଗୁଳ – ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ୍ ଓ ନିତ୍ୟବ୍ୟବହାର୍ଯ୍ୟ ଜନିଷର ଆକାଶଛୁଆଁ ମୂଲ୍ୟବୃଦ୍ଧି ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଡାକରା ଦିଆଯାଇଥିବା ସାରା ଓଡିଶା ପ୍ରତିବାଦ ଦିବସ ଉପଲକ୍ଷେ…