ବୁଲେଟ କିଣିବାକୁ ଯାଇ ଠକାମିର ଶିକାର – ୩ ସାଇବର ଠକଙ୍କୁ ଗିରଫ କଲା ପୁଲିସ

ବୁଲେଟ କିଣିବାକୁ ଯାଇ ଠକାମିର ଶିକାର – ୩ ସାଇବର ଠକଙ୍କୁ ଗିରଫ କଲା ପୁଲିସ

ତାଳଚେର – ବୁଲେଟ ମୋଟରସାଇକେଲ ଅଳ୍ପ ଦରରେ କିଣିବାକୁ ଯାଇ ଠକାମିରେ ଶିକାର ହୋଇଥିଲେ ଜଣେ ଯୁବକ । ଆଉ ଥାନାରେ ଏ ନେଇ ଅଭିଯୋଗ ପରେ ଠକାମି କରି ଟଙ୍କା ଲୁଟିଆ ନେଇଥିବା ୩ ଜଣ ଯୁବକଙ୍କୁ  ଗିରଫ କରିଛି ବିକ୍ରମପୁର ଥାନା ପୁଲିସ ସୂଚନା ଅନୁସାରେ ଗତ ଜାନୁଆରୀ ମାସ ୪ ତାରିଖରେ ବିକ୍ରମପୁର ଥାନାରେ ଏକ ସାଇବର ଠକେଇର ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ ଫେସବୁକରେ ଏକ ବୁଲେଟ ମୋଟରସାଇକେଲ ବିକ୍ରିର ବିଜ୍ଞାପନ ଦେଖିଥିଲେ । ଯେଉଁଥିରେ ଜେନ ଆର୍ମୀ ଅଫିସର ଏହି ବୁଲେଟକୁ ମାତ୍ର ୫୫ ହଜାର ଟଙ୍କାରେ ବିକ୍ରି କରିବେ ବୋଲି ଉଦିଷ୍ଟ ଥିଲା । ଏତେ କମ ଦାମରେ ବୁଲେଟ ମିଳୁଥିବା ଦେଖି ଅଭିଯୋଗକାରୀ ଆଗ୍ରହ ପ୍ରକାଶ କରିବା ସହ ସେଥିରେ ଥିବା ଏକ ଫୋନ ନମ୍ବରରେ ଯୋଗାଯୋଗ କରିଥିଲେ । ଫୋନରେ କଥା ହେବା ପରେ ସେ ଫୋନ ପେ ରେ ଟଙ୍କା ପଠାଇଲେ ଅଭିଯୋଗକାରୀଙ୍କ ଘରକୁ ଆର୍ମୀ ପରିବହନ ମାଧ୍ୟମରେ ଗାଡି ପହଞ୍ଚାଇ ଦିଆଯିବ ବୋଲି ସେପଟୁ ଉତ୍ତର ଆସିଥିଲା । ଆଉ ଏହି କଥାବାର୍ତ୍ତା ଅନୁଯାୟୀ ଅଭିଯୋଗକାରୀ ୨୧୫୦ , ୧୧୧୫୦ , ୧୧୦୦୦ , ୧୫୦ , ୧୫୦୦୦ ଏବଂ ୨୭୫୦୦ ଟଙ୍କା ବିଭିନ୍ନ କିସ୍ତିରେ ଏକ ଆକାଉଣ୍ଟ ନମ୍ବରକୁ ପଠାଇଥିଲେ । ତେବେ ଟଙ୍କା ପଠାଇବା ପରେ ସମ୍ପୃକ୍ତ ବ୍ୟକ୍ତି ନା ମୋଟରସାଇକେଲ ପଠାଇଲେ ନା ଅଭିଯୋଗକାରୀଙ୍କୁ ଆଉ ଟଙ୍କା ଫେରସ୍ତ କରିଥିଲେ । ବାଧ୍ୟ ହୋଇ ସେ ଥାନାର ଦ୍ଵାରସ୍ଥ ହେବା ପରେ ପୁଲିସ ତଦନ୍ତ କରି ଘଟଣାର ପର୍ଦାଫାସ କରିଥିଲା । ତଦନ୍ତ ବେଳେ ପୁଲିସ ଏହା ଏହା ଠକ ମାନଙ୍କ କାମ ଜାଣିବା ଶ ଏହି ଥାକମି ମୟୁରଭଞ୍ଜ ଅଞ୍ଚଳରୁ ହୋଇଥିବା ଜାଣିବାକୁ ମଧ୍ୟ ପାଇଥିଲା । ଏଥିପାଇଁ ପୁଲିସର ଏକ ସ୍ଵତନ୍ତ୍ର ଟିମ ମୟୂରଭଞ୍ଜ ଯାଇ ଏହି ଠକାମିରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇରଥିଲା ଗିରଫ ଅଭିଯୁକ୍ତ ମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନର କୃଷ୍ଣ ଚନ୍ଦ୍ର ବାରିକ , ଗଣେଶ ଚନ୍ଦ୍ର ବାରିକ ଏବଂ କୃଷ୍ଣ ମୁଖି । ସେମାନଙ୍କ ନିକଟରୁ ଏହି ଠକାମିରେ ବ୍ଯବହ୍ରୁତ ହେଉଥିବା ମୋବାଇଲ ଫୋନ , ଏକ ଲାପଟପ ଏବଂ ଏକ ହାର୍ଡ ଡିସ୍କ ଜବତ କରା ଯାଇଛି । ଏମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଏମାନେ ନକଲି ପରିଚୟ ପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ସଂଗ୍ରହ କରି ନକଲି ବ୍ଯାଙ୍କ ଆକାଉଣ୍ଟ ଖୋଲି ଏଭଳି ଠକାମି କରୁଥିବା ଜାଣିବାକୁ ପାଇଛି ।  

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply