ସ୍କୁଲ ଜମି ଜବରଦଖଲ ପ୍ରତିବାଦ – ୬ ଘଣ୍ଟା ଧରି ରାସ୍ତା ଅବରୋଧ

ସ୍କୁଲ ଜମି ଜବରଦଖଲ ପ୍ରତିବାଦ – ୬ ଘଣ୍ଟା ଧରି ରାସ୍ତା ଅବରୋଧ

ଛେଣ୍ଡିପଦା – ସ୍କୁଲ ଜମି ଜବରଦଖଲ ପ୍ରତିବାଦରେ ଅନୁଗୁଳ-ଛେଣ୍ଡିପଦା ୬୩ ନଂମ୍ବର ରାଜ୍ୟ ରାଜପଥକୁ ଆଜି କୋଶଳା ଶିମିଳିସାହିର ଲୋକ ଅବରୋଧ କରିଥିଲେ ଫଳରେ ଏହି ରାଜପଥରେ ୬ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । କୋଶଳା ପଞ୍ଚାୟତର ଶିମିଳିସାହି ପ୍ରାଥମିକ ସ୍କୁଲ ଜମିକୁ କିଛି ମୁଷ୍ଟିମେୟ ଲୋକ ଦୀର୍ଘ ଦିନ ହେବ ଜବରଦଖଲ କରିଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରି ଆସୁଛନ୍ତି । ରେକର୍ଡରେ ଜମିଟି ସ୍କୁଲ ଖେଳ ପଡିଆ ରେ ନାଁ ରେ ଥିଲେ ମଧ୍ୟ ଏହାକୁ ଜୋର ଜବର ମୁଷ୍ଟିମେୟ ଲୋକ ନିଜ କବଜାକୁ ନେଇଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ମାନେ ସ୍ଥାନୀୟ ଆରଆଇଙ୍କ ସମେତ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ମିଳିନଥିଲା । ତେବେ ଏ ସମ୍ପର୍କିତ ଏକ ନୋଟିସ ଗତକାଲି ତହସିଲ ପକ୍ଷରୁ ସେହି ସ୍ଥାନରେ ମରାଯିବା ପରେ ମଧ୍ୟ ସେହି ଜମିକୁ ପୁନର୍ବାର ବ୍ୟବହାର କରିଛନ୍ତି ଜବରଦଖଲକାରୀ । ଏହାର ପ୍ରତିବାଦରେ ଆଜି ସକାଳୁ ଶିମିଳିସାହିର ସମସ୍ତ ମହିଳା ,ପୁରୁଷ  ମାନେ ରାସ୍ତାରୋକ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ମୋଟର ଠିଆହୋଇଥିବା ବେଳେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଘଟଣା ସ୍ଥଳରେ ଛେଣ୍ଡିପଦା ଥାନା ଅଧିକାରୀ ଓ ତହସିଲଦାର ପହଞ୍ଚି ଲୋକମାନଙ୍କୁ  ବୁଝାସୁଝା କରିଥିଲେ । ଦୀର୍ଘ ୬ ଘଣ୍ଟା ପରେ ରାସ୍ତା ରୋକ ହଟିଥିଲା ।

 

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply