ଅନୁଗୁଳ – ଶିଲ୍ପନଗରୀ ଅନୁଗୁଳ ଜିଲ୍ଲାରେ ବଢି ଛାଲିଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ପୁଲିସ ଓ ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ କଟକଣା ଜାରି କରାଯାଉଛି । ହେଲେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନି । ଗତ ୭ ଦିନ ମଧ୍ୟରେ ଜିଲ୍ଲାରେ ୨୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । କିଛି ଦିନ ହେଲା ପ୍ରତ୍ୟେକ ଦିନ ୩୦ ରୁ ୪୦ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଚଳିତ ମାସ ୮ ତାରିଖରେ ୩୩ ଜଣ , ୯ ତାରିଖରେ ୪୫ ଜଣ , ୧୦ ତାରିଖରେ ୨୫ ଜଣ , ୧୧ ତାରିଖରେ ୩୬ ଜଣ , ୧୨ ତାରିଖରେ ୩୩ ଜଣ , ୧୩ ତାରିଖରେ ୪୩ ଜଣ ଓ ୧୪ ତାରିଖରେ ୬୫ ଜଣ ଜିଲ୍ଲାରେ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଦିଆ ଯାଇଥିବା ଏହି ରିପୋର୍ଟକୁ ଦେଖିଲେ ସହଜରେ ଅନୁମାନ କରାଯାଇପାରେ ଯେ ଜିଲ୍ଲାରେ କରୋନା କେଉନଭଳି ଭାବରେ ଡରାଇଲାଣି । ଜିଲ୍ଲାରେ ବୃଦ୍ଧି ପାଊଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଟେଷ୍ଟିଂ ମଧ୍ୟ ବୃଦ୍ଧି କରାଯାଇଛି । ପ୍ରତ୍ୟେକ ଛକ ଜାଗା, ବଜାର ଓ ବସଷ୍ଟାଣ୍ଡ ଆଦି ସ୍ଥାନମାନଙ୍କରେ ପରୀକ୍ଷା କରାଯାଉଛି । ସେପଟେ ପୁଲିସ ପକ୍ଷରୁ ମାସ୍କ ଓ ସାମାଜିକ ଦୂରତାକୁ କଡାକଡି କରାଯାଇଛି । ହେଲେ ମଧ୍ୟ କିଛି ଅମାନିଆ ଏ ସବୁ ମାଣିବାକୁ ନାରାଜ । ଏଣୁ ଏବେ ଠାରୁ ସଜାଗ ନହେଲେ ସଂକ୍ରମଣ ଆହୁରି ବ୍ୟାପିବାର ଆଶଙ୍କା କରା ଯାଉଛି । ଏଥିପାଇଁ ଭିଡ ଜାଗାକୁ ନ ଯିବା ପାଇଁ , ସାମାଜିକ ଦୂରତା ରଖିବା ପାଇଁ ଏବଂ ମାସ୍କ ପିନ୍ଧିବା ପାଇଁ ପ୍ରଶାସନ ତଥା ସରକାର ବାରମ୍ବାର ଅନୁରୋଧ କରିଛନ୍ତି । ଅନୁଗୁଳ ବଜାରରେ ଭିଡ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଟ କରା ଯିବା ସହ ଘ୍ନ ଘାନା ଯାଞ୍ଚ କରା ଯାଉଛି । ଅମାନିଆଙ୍କ ଠାରୁ ପାଇଁ ଆଦାୟ କରାଯିବା ସହ କଟକଣା ଉଲ୍ଲଙ୍ଘନ କରୁଥିବା ଦୋକାନ ମଧ୍ୟ ସିଲ କରା ଯାଉଛି ।
What’s your Reaction?
+1
+1
+1
+1
+1
+1
+1