ଟ୍ରାକ୍ଟର ଓଲଟି ଜଣେ ମୃତ, ଦୁଇ ଗୁରୁତର

ଟ୍ରାକ୍ଟର ଓଲଟି ଜଣେ ମୃତ, ଦୁଇ ଗୁରୁତର

ଛେଣ୍ଡିପଦା ଅନୁଗୁଳ ଜିଲ୍ଲାର ଜରପଡା ଥାନା ଅନ୍ତର୍ଗତ ସାନହିସର ଗ୍ରାମ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ରଡ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କର ମୃତ ହୋଇଥିବା ବେଳେ ଦୁଇ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଖୁସଦିଲ ଆଲାମ ବୋଲି ଜଣା ପଡିଛି । ସୂଚନା ଅନୁସାରେ ତାମରାକଟା ଗ୍ରାମ ଠାରେ ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲୁରହିଛି । ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ ମଝିକା ଗ୍ରାମ ଠାରେ ଥିବା କ୍ୟାମ୍ପ ଷ୍ଟୋର ଠାରୁ ଟ୍ରାକ୍ଟର ଯୋଗେ ଲୁହାରଡ ବୋଝେଇ କରି ତାମରାକଟା ଗ୍ରାମ ନିର୍ମାଣ ସ୍ଥାନକୁ ନିଆଯାଉଥିଲା ବେଳେ ଟ୍ରାକ୍ଟର (ଓଡି ୧୯ – ୭୦୫୬)ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଖୁସଦିଲ ଆଲମଙ୍କ ଟ୍ରାକ୍ଟର ତଳେ ଚାପିହୋଇ  ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଅପରପକ୍ଷରେ ଅନ୍ୟ ଦୁଇ ଜଣ ଶ୍ରମିକ ମଧ୍ୟ ଟ୍ରାକ୍ଟର ଦ୍ୱାରା ଚାପି ହୋଇ ଗୁରୁତର ଭାବେ ଆହତ ହୋଇଥିବ। ଜଣାପଡିଛି । ଖବର ପାଇ ଜରପଡା ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି  ମୁତାହତଙ୍କୁ ଉଦ୍ଧାର କରିଥିଲା ସଙ୍କଟାପନ୍ନ ଅବସ୍ଥାରେ ଦୁଇ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏ ନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରା ଯାଇ ତଦନ୍ତ କରା ଯାଉଛି

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply