ଜିଲ୍ଲାରେ ଫେରିଲା ନାଇଟ କର୍ଫ୍ୟୁ – ଲାଗୁ ହେଲା କଟକଣା

ଜିଲ୍ଲାରେ ଫେରିଲା ନାଇଟ କର୍ଫ୍ୟୁ – ଲାଗୁ ହେଲା କଟକଣା

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଜିଲ୍ଲା ପ୍ରଶାସନ ଅଙ୍କୁଶ ଲଗାଇଛି ଜିଲ୍ଲାରେ ଆଜିଠାରୁ ନାଇଟ୍ କର୍ଫ୍ୟୁ ଜାରି ହେବାକୁ ନିଷ୍ପତ୍ତି ନିଆ ଯାଇଛି । ଶନିବାରଠାରୁ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରି ଅନୁଗୁଳ ଏସ୍‌ପି , ଉପଜିଲାପାଳ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀଙ୍କୁ ପଠାଯାଇଛି । ଅନୁଗୁଳ ଜିଲାର ଅନୁଗୁଳ ପୌରାଞ୍ଚଳ ସହ ଆଖପାଖ ଅଞ୍ଚଳରେ ତୁରଙ୍ଗ, ଶୁଶୁଡ଼ା, ଖଲାରୀ, ଜରାସିଂହା, କୁମଣ୍ଡ ଗ୍ରାମପଞ୍ଚାୟତ ରହିଛି । ସେହିପରି ଛେଳିଆପଡା ଛକ, ନୂଆମୌଜା, କୁମରିସିଂହା ଛକ, ବନ୍ତଳା ଛକ ଓ ବଡ଼କେରା ଛକକୁ ସାମିଲ କରାଯାଇଛି । ବଅଁରପାଳ ଅଞ୍ଚଳରେ ବଅଁରପାଳ ବ୍ଳକ , ନାଲକୋ ଛକ, ମହିଧର ପୁର ଛକ, ଜରପଡା ଜଙ୍କସନ୍‌ ନାଇଟ୍‌ କର୍ଫ୍ୟୁରେ ସାମିଲ କରାଯାଇଛି । ଛେଣ୍ଡିପଦା ଅଞ୍ଚଳରେ ଛେଣ୍ଡିପଦା ଛକ , କୋଶଳା ଛକ, ବାଗେଡ଼ିଆ ଛକକୁ ସାମିଲ କରାଯାଇଛି । ତାଳଚେର ଅଞ୍ଚଳରେ ଏଫସିଆଇ ଛକ, ଟିଟିପିଏସ୍ ଥର୍ମାଲ ବଜାର ଓ ହାଟ , କଣିହାଁ ସହରାଞ୍ଚଳ , ବଲ୍ହର ଛକ, ହାଟତୋଟା ଛକ, ଶର୍ମା ଛକ, ହାଣ୍ଡିଧୂଆ ଛକ, ଏନଟିପିସି ବାଇପାସ୍ ଛକ, ରେଙ୍ଗାଳି ମାର୍କେଟ, ସମଲ ମାର୍କେଟ ରହିଛି । ସେହିପରି ଆଠମଲ୍ଲିକ ଅଞ୍ଚଳର ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ, ବଇଣ୍ଡା ଜଙ୍କସନ୍, କିଶୋରନଗର , ମହିଧପୁର ଜଙ୍କସନ୍, କିଆକଟା ଜଙ୍କସନ୍ ଛକ ରହିଛି । ପାଳଲହଡ଼ାରେ ବାଳିପଶିର ଦେବଗଡ଼ ପ୍ରବେଶ ପଥ , ଖମାର ଏବଂ କଣ୍ଢେଇପଶି , କେନ୍ଦୁଝରକୁ ପ୍ରବେଶ ପଥ ଥିବା କଣ୍ଢାଳରେ ଏହି ନାଇଟ୍ କର୍ଫ୍ୟୁକୁ ବଳବତ୍ତର ରଖାଯିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଏହି ନଇଟ୍ କର୍ଫ୍ୟୁ ସମୟରେ ପ୍ରଶାସନ ସହ ପୌର ପ୍ରଶାସନ ଓ ପୋଲିସ ପ୍ରଶାସନ ସଜାଗ ରହିବାକୁ କୁହାଯାଇଛି । ତେବେ ଏହି କର୍ଫ୍ୟୁ ସମୟରେ ପ୍ରଶାସନିକ ଅଧିକାରୀ , ଡାକ୍ତର ଓ ମେଡିକାଲ ଷ୍ଟାଫ , ସମସ୍ତ ଜରୁରୀ କାଳୀନ ସେବା , ମେଡିକାଲ କାମରେ ଯାଉଥିବା କିମ୍ବା ଅନ୍ୟ ଜରୁରୀ କାମରେ ଯାଉଥିବା ବ୍ୟକ୍ତି , ମେଡ଼ିସିନ ଦୋକାନ ମାଲିକ ଏବଂ କର୍ମଚାରୀ , କଳକାରଖାନାରେ କାମ କରୁଥିବା ବ୍ୟକ୍ତି , ଜାତୀୟ ରାଜପଥ ଓ ରାଜପଥ ନିକଟରେ ଥିବା ଢାବା , ପେଟ୍ରୋଲ ପମ୍ପ ଆଦି ପାଇଁ ଏହି କର୍ଫ୍ୟୁ ଲାଗୁ ହେବ ନାହିଁ ରାତ୍ରିରେ ଆନ୍ତଃରାଜ୍ୟ ଯାତ୍ରୀବାହୀ ବସ ଯାତାୟତ କରିବାକୁ ଥିବାବେଳେ ରେଳ ଓ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ସେମାନଙ୍କର ଟିକେଟ୍ ଦେଖାଇଲେ ଛଡ଼ାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଅନ୍ୟାନ୍ୟ ଜରୁରୀ ସେବାରେ ନିୟୋଜିତ ଥିବା କର୍ମଚାରୀମାନେ ସେମାନଙ୍କର ଆଇକାର୍ଡ଼ ଦେଖାଇଲେ ଯିବାକୁ ଦିଆଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି । କରୋନା ସଙ୍କ୍ରମଣ ବଢ଼ିଥିବାରୁ ବାହାଘରରେ ୫୦ ଜଣ ଓ ମୃତକ୍ରିୟା କାମରେ ୨୦ ଜଣ ବ୍ୟକ୍ତିଙ୍କଠାରୁ ଅଧିକ ଲୋକଙ୍କୁ ଏକାଠି କରାଯିବ ନାହିଁ । ବାହାଘର ଶୋଭାଯାତ୍ରାକୁ ମଧ୍ୟ ବାରଣ କରା ଯାଇଥିବା ବେଳେ ସବୁଠି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରଖିବାକୁ ଜିଲା ପ୍ରଶସନ ନିର୍ଦେଶ ଦେଇଛି କୌଣସି ଧାର୍ମିକ , ସାମାଜିକ , ରାଜନୈତିକ ସଭା ଉପରେ କଟକଣା ଲଗା ଯାଇଛି ସମସ୍ତ ଧର୍ମାନୁଷ୍ଠାନ ଗୁଡିକରେ କୋଭିଡ କଟକଣା ଭିତରେ ଲୋକ ଯିବା ସହ ଅଳ୍ପ ସଂଖ୍ୟକ ପୂଜକ ଭିତରେ ରହିବାକୁ ନିର୍ଦେଶ ଦିଆ ଯାଇଛି । ହାଟ , ବଜାର ଏବଂ ଆମିଷ ଦୋକାନ ଗୁଡିକ ଅନ୍ୟୁନ ୩୦ ଫୁଟ ବ୍ୟବଧାନ ଅବଲମ୍ବନ କରିବେ । ହୋଟେଲ , ବାର ଗୁଡିକ ରାତି ୯ ଟା ବେଳେ ବନ୍ଦ କରିବାକୁ ନିର୍ଦେଶ ଦିଆ ଯାଇଥିବା ବେଳ ୫୦ ପ୍ରତିଶତ କମ ଲୋକଙ୍କୁ ଭିତରେ ଖାଇବା ପିଇବାକୁ ଦେବେ । ଏହି ସବୁ କଟକଣାକୁ ଉଲ୍ଲଘଂନ କଲେ କୋଭିଡ ନିୟମ ଅନୁଯାୟୀ ଦଣ୍ଡିତ କରାଯିବ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply