ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବହୁ ଚର୍ଚିତ କାଙ୍ଗୁଲା ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦୋଷୀ ସାବସ୍ତ୍ୟ ହୋଇଛି । ତେବେ ଆସନ୍ତା ୨୨ ତାରିଖ ଦଣ୍ଡ ଶୁଣାଣି ହେବ ବୋଲି ଜଣା ପଡିଛି । ସୂଚନା ଅନୁସାରେ କାଙ୍ଗୁଲା ଗାଁର ଜଣେ ଛାତ୍ରୀ ତାଙ୍କ ବାପାଙ୍କ ନିକଟକୁ ଖାଇବା ନେଇ ଯାଉଥିବା ବେଳେ ନାଳ ନିକଟରେ ଏକୁଟିଆ ପାଇ ଦୁଷ୍କର୍ମ କରିବା ସହ ପଥରରେ ଛେଚି ହତ୍ୟା କରିଥିଲା । ଆଉ ଘଟଣା ଜଣା ପଡିବା ପରେ ହତ୍ୟାକାରୀ ଅନାମ ଫେରାର ହୋଇ ଯାଇଥିଲା । ପରେ ଅନୁଗୁଳ ପୁଲିସ ଅନାମକୁ କଲିକତାରୁ ଗିରଫ କରିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲା ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଅନାମକୁ ଦୋଷୀ ସାବସତୀ କରିବା ସହ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ପରେ ଅନାମ ଉଚ୍ଚ ନ୍ୟାୟାଳୟରେ ଅପିଲ କରିଥିଲା, ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ପରେ ଅନୁଗୁଳ କୋର୍ଟ ପୁନଃବିଚାର କରିଥିଲା । ତେବେ ଅନାମ ଦେହୁରୀ ଏଥର ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛି । ଆସନ୍ତା ୨୨ ତାରିଖରେ ଦଣ୍ଡାଦେଶ ଶୁଣାଣି ହେବ ବୋଲି ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଜଜ୍ ପ୍ରଭାକର ଗାଣ୍ଠିଆ ନିର୍ଦେଶ ଦେଇଥିବା ସରକାରୀ ଓକିଲ ସରୋଜ ପଟ୍ଟନାୟକ ସୂଚନା ଦେଇଛନ୍ତି ।
What’s your Reaction?
+1
+1
+1
+1
+1
+1
+1