ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ପକ୍ଷରୁ ପ୍ରଶାସନ କଟକଣା ଜାରି କରିଛି । ପ୍ରସଶାସନ ପକ୍ଷରୁ ଆଜି ଏକ ଜରୁରୀକାଳୀନ ବୈଠକ ଡକାଯାଇ ଆଜି ରାତି ୯ ଟାରୁ ୨୬ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ , ବଜାର , ହୋଟେଲ , ପ୍ରତିଷ୍ଠାନ ସଂପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆ ଯାଇଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ଔଷଧ ଦୋକାନ , ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଖୋଲା ରହିବ । ଏଥିରେ କୌଣସି ବ୍ୟକ୍ତି ଖିଲାପ କଲେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଳଚେର ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ନୋଟିସ ଜାରି କରା ଯାଇଛି ।
What’s your Reaction?
+1
+1
+1
+1
+1
+1
+1