ଅପରାଧ ଚୋରା ମହୁଲ ଜବତ – ଜଣେ ଗିରଫ Angul OnlineApril 23, 2021April 24, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗାଁରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ମହୁଲ ଫୁଲ ଜବତ କରିଛି ଅବକାରୀ ବିଭାଗ । ଗାଁର ରତ୍ନାକର ସାହୁ ନାମକ ଜଣେ ବ୍ୟକ୍ତି ଘରେ ମହୁଲ ଫୁଲ ମହଜୁଦ ରଖିଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ଅନୁଗୁଳ ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦେଶକ୍ରମେ ଡି.ଏସ.ପି. ନିନା ବେୱରା ଓ ଇନ୍ସପେକ୍ଟର ଦିଲ୍ଲୀପ ବେହେରାଙ୍କ ନେତୃତ୍ୱରେ ଏକ ସ୍ଵତନ୍ତ୍ର ଟିମ ଚଢାଉ କରି ରତ୍ନାକରଙ୍କ ଘରୁ ୧୬୦ କୁଇଣ୍ଟାଲ ମହୁଲ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁଆହାଯାଇଛି । ରତ୍ନାକର ଏହି ମହୁଲ ମହଜୁଦ ରଖି ପରେ ଚୋରାରେ ବିକ୍ରି କରିବାକୁ ମସୁଧା ଚଳାଇଥିଲା । ରତ୍ନାକରଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । Advertisement
ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ ଅନୁଗୋଳ – ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ମହିଧରପୁର ନିକଟରେ ଘଟିଛି । ସୂଚନା ଅନୁସାରେ ଅନୁଗୋଳ-କଟକ ପୁରୁଣା…
ସାଙ୍ଗ ପରିଚୟ ଦେଇ ଟଙ୍କା ଠକେଇ ଅଭିଯୋଗରେ ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ସାଇବର ପୁଲିସ ଶୁକ୍ରବାର ୫୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି । ସୂଚନା ଅନୁସାରେ , ଅନୁଗୋଳ…
ଜଙ୍ଗଲରୁ ବନ୍ଧୁକ ଏବଂ ଧନୁ ତୀର ସହ ଶିକାରୀ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବନାଞ୍ଚଳର ନିଜିଗଡ଼ ସଂରକ୍ଷିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ୨ ଜଣ ଶିକାରୀଙ୍କୁ ଗିରଫ କରିଛି ପାଲଲହଡା ବନବିଭାଗ ।…