ଆଞ୍ଚଳିକ ତାଳଚେର ୱାର୍କିଂଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ Angul OnlineApril 25, 2021April 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ୱାର୍କିଂଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ କଲୋନୀ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇ ଥିବା ସଂଘର ସଭାପତି ଧୀର ମୋହନ ରାୟଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ କରାଯାଇଥିଲା । ଏଥିରେ ସଂଘର ସାଧାରଣ ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପଠନ କରିବା ସହିତ ବିଭିନ୍ନ ସମସ୍ୟା ଓ ସମାଧାନ ବିଷୟରେ ଆଲୋକପାତ କରଥିଲେ । ପରେ ସଂଘର ନିୟମ ଅନୁଯାୟୀ ସମସ୍ତ ସଦସ୍ୟ ପୁରାତନ କମିଟିର ସଦସ୍ୟ ମାନଙ୍କୁ ଫୁଲତୋଡା ଓ ଉତରୀୟ ଦେଇ ଶୁଭେଚ୍ଛା ଜଣା ଯାଇ ଥିଲା । ପରେ ବୈଠକର ୨ୟାର୍ଦ୍ଧରେ ଚଳିତ ବର୍ଷ ପାଇଁ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ଧୀର ମୋହନ ରାୟ ,ସାଧାରଣ ସମ୍ପାଦକ ଦେବରଞ୍ଜନ ସାମଲ, ଉପସଭାପତି ମଦନ ମୋହନ ସାହୁ , କାର୍ଯ୍ୟକାରୀ ସଭାପତି ମୋନିଲ ମହାରଣା ଓ ରବିନ୍ଦ୍ର ମହାରଣା, ସହ ସମ୍ପାଦକ ଶିଶିର ସାମଲ, ,କୋଷାଧ୍ୟକ୍ଷ ଅଜୟ କୁମାର ନାୟକ, ଅଡ଼ିଟର ଭାବରେ ବାପୁଜୀ ସାମଲ ତତ୍ ସହିତ ଚାରି ଜଣିଆ ମୁଖ୍ୟ କାର୍ଯକାରୀ ସଦସ୍ୟ ତଥା ଉପଦେଷ୍ଟା ଭାବେ ସୌଭାଗ୍ୟ ଚନ୍ଦ୍ର ନାୟକ,ଏସ. ଜେ ହୁସେନ, ମଣ୍ଟୁ ସାମଲ,ଓ ସଞ୍ଜୟ କୁମାର ଦଳେଇଙ୍କୁ ଚୟନ କରାଯାଇ ଥିବା ବେଳେ ମିଡିଆ ସେଲର ଦାୟୀତ୍ବ ବାସୁଦେବ ପ୍ରଧାନଙ୍କୁ ସମସ୍ତ ସଦସ୍ୟ ମାନଙ୍କର ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ଅନ୍ୟ ସଦସ୍ୟ ମଧ୍ୟରେ ରଙ୍ଗାଧର ନାହାକ ଉପସ୍ଥିତ ଥିଲେ । ତତ୍ ସହିତ ବିକାଶ ସାହୁ ନୂତନ ସଦସ୍ୟ ଭାବେ ଆମ ସହିତ ଯୋଡ଼ି ହୋଇଥିଲେ । ଏହି ବୈଠକରେ ସଂଘର ସାଂଗଠନିକ ବିଧିବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । Advertisement
ଜିଲ୍ଲା ବ୍ରାହ୍ମଣ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଗୁଳ – ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ସଭାପତି ଶଶାଙ୍କ ଶେଖର ପାଣି ଓ କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବ୍ୟୋମକେଶ ଶତପଥୀଙ୍କ ଆବାହାକତ୍ୱରେ…
ସାମ୍ବାଦିକ ରଘୁଙ୍କ ଶ୍ରାଦ୍ଧ ବାର୍ଷିକିରେ ରକ୍ତଦାନ ଶିବିର ଅନୁଗୁଳ – ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଅନୁଗୁଳ ରକ୍ତଦାନ ଭବନଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।…
ପାଞ୍ଚ ଦଫା ଦାବି ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଗଣଧାରଣା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ତରଫରୁ ପାଞ୍ଚ ଦଫା ଦାବି ନେଇ ସ୍ଥାନୀୟ ଭରତପୁର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା…