ଦୁର୍ଘଟଣାରେ ଜଣେ ମୃତ

ଦୁର୍ଘଟଣାରେ ଜଣେ ମୃତ

ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ -୫୫ ର ଟ୍ରକ ଆସୋସିଏସନ ଆଗରେ ଆଜି ଏକ ସଡକ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି ମୃତକ ଜଣଙ୍କ ହେଲେ କୁମଣ୍ଡ ଗାଁର ବାବୁଲି ବେହେରା ବୋଲି ଜଣା ପଡିଛି ସୂଚନା ଅନୁସାରେ ବାବୁଲି ମୋଟରସାଇକେଲରେ ପିଟିସି ଛକ ଆଡକୁ ଯାଉଥିବା ବେଳେ ପଚ୍ଛରୁ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇ ଯାଇଥିଲା ସ୍ଥାନୀୟ ଲୋକ ବାବୁଲିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନୁଗୁଳ ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply