ମୁଖ୍ୟ ଖବର ଅଟୋ ଚାଳକଙ୍କୁ ନିର୍ଧୂମ ମାଡ ମାରିଲେ ବସ ମାଲିକ – ଭିଡିଓ ଭାଇରାଲ Angul OnlineApril 30, 2021April 30, 2021 ଆଠମଲ୍ଲିକ – ପାସେଞ୍ଜର ନେବାକୁ ନେଇ ଅଟୋ ଚାଳକଙ୍କୁ ନିର୍ଧୁମ ମାଡ । ଜଣେ ବସ ମାଲିକ ଏବଂ ତାଙ୍କ ସହଯୋଗୀ ମିଶି ଅଟୋରେ ପାସେଞ୍ଜର ନେଇ ଯିବାରୁ ଜଣେ ଅଟୋ ଚାଳକଙ୍କୁ ମାଡ଼ ମାରୁଥିବା ନଜରକୁ ଆସିଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଏଭଳି ଘଟଣା ଅନଗୁଳ ଜିଲ୍ଲା ଆଠମଲ୍ଲିକରେ ଘଟିଛି । ସୂଚନା ଅନୁଯାଇ ଆଠମଲ୍ଲିକ ବସଷ୍ଟାଣ୍ଡ ନିକଟରୁ ଜଣେ ଅଟୋ ଚାଳକ କିଛି ପାସେଞ୍ଜର ନେଇ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ । ସେହି ସମୟରେ ଏକ ଘରୋଇ ବସର ମାଲିକ ଏବଂ ତାଙ୍କର କିଛି ସହଯୋଗୀ ମିଶି ଅଟୋ ଚଳକଙ୍କ ଉପରେ ଆକ୍ରମଣ କରି ଦେଇଥିଲେ । ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ବିଚ ରାସ୍ତାରେ ଅଟୋ ଚାଳକଙ୍କୁ ନିର୍ଧୁମ ମାଡ ମାରିଥିଲେ । ପାସେଞ୍ଜର ବସରେ ଯିବେ , ଅଟୋରେ କାହିଁକି ପାସେଞ୍ଜର ନିଆ ଯାଉଛି ବୋଲି ଅଭିଯୋଗ କରି ଏହି ମାଡ ହେଇଥିବା ଜଣା ପଡ଼ିଛି । ତେବେ ଏ ନେଇ ଥାନାରେ କୌଣସି ପ୍ରକାର ଅଭିଯୋଗ ହୋଇ ନଥିବା ଜଣା ପଡିଛି । https://angulonline.com/wp-content/uploads/2021/04/WhatsApp-Video-2021-04-30-at-17.50.00.mp4 Advertisement
ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର ଅନୁଗୋଳ: – ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ହମାମିରା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା…
ବକେୟା ବିଲ ପାଇଁ ବ୍ଲାକ ଡାଇମଣ୍ଡ ବିଦ୍ୟୁତ କାଟିଲା ବିଭାଗ – ରାଗରେ ଅଫିସ ପହଞ୍ଚିଗଲେ ଅତିରିକ୍ତ ଜିଲ୍ଲାପାଳ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନବ ନିର୍ମିତ ୱାରଲଡ଼ କ୍ଳାସ ଲାଇବ୍ରେରି ବ୍ଲାକ ଡାଇମଣ୍ଡ ଉଦଘାଟନର କେଇଟା ମାସ ଯାଇନି , ହେଲେ ପରିଚାଳନା ଗତ ତ୍ରୁଟି…
୧୦ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଜନ୍ମାଷ୍ଟମୀର ପବିତ୍ର ଅବସରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର…