ମୁଖ୍ୟ ଖବର ଦୁର୍ଘଟଣାରେ ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ଓ ପୁଅ Angul OnlineMay 1, 2021May 1, 2021 ପାଳଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ସାମ୍ନାରେ ଏକ ମୋଟରସାଇକେଲକୁ ଧକ୍କା ଦେବାଫଳରେ ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ ହୋଇଥିବା ବେଳେ ଅଳ୍ପକେ ସ୍ୱାମୀ ଏବଂ ତାଙ୍କର ୬ ବର୍ଷର ପୁଅ ବର୍ତ୍ତୀ ଯାଇଛନ୍ତି । ସୂଚନା ଅନୁସାରେ ବତୀସୁଆଁ ଗ୍ରାମର ଜୋତ୍ସନାରାଣୀ ସାହୁ ତାଙ୍କ ସ୍ଵାମୀ ଓ ପୁଅ ସହିତ ଗତକାଲି ତାଳଚେର ଅଞ୍ଚଳକୁ ଏକ ବିବାହ ଉତ୍ସବରେ ଯୋଗଦେଇ ଯାଇଥିବା ବେଳେ ଆଜି ନିଜ ଘର ପାଳଲହଡା ବତୀସୁଆଁ ଗ୍ରାମକୁ ଫେରୁଥିଲେ । ଖମାର ଥାନା ସାମ୍ନାରେ ସେମାନଙ୍କୁ ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳ ରେ ମୋଟରସାଇକେଲର ପଛରେ ବସିଥିବା ଜୋତ୍ସନାରାଣୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ସ୍ୱାମୀ ଏବଂ ପୁଅ ମଧ୍ୟ ଆହତ ହୋଇଥିଲେ । ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ମୃତକ ପରିବାର ଓ ସ୍ଥାନୀୟ ଲୋକ ଜାତୀୟ ରାଜପଥ ୧୪୯ କୁ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ଯାରେ ଗାଡିମୋଟର ଅଟକି ରହିଥିଲା । ମୃତକ ପରିବାରକୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାକୁ ପାଳଲହଡା ଉପଜିଲ୍ଲାପାଳ ପ୍ରତିଶୃତି ଦେବା ପରେ ଉତ୍ତେଜନା ହ୍ରାସ ପାଇଥିଲା । ଅନ୍ୟପଟେ ଦୃଘଟଣା ଗ୍ରସ୍ତ ଟ୍ରକ ଏବଂ ମୋଟରସାଇକେଲକୁ ଖମାର ପୁଲିସ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । Advertisement
ତାଳଚେର ମେଡିକାଲ୍ କଲେଜ ପବିତ୍ର ମୋହନଙ୍କ ନାମରେ ନାମିତ ହେବ ଭୁବନେଶ୍ୱର – ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା ପରବର୍ତ୍ତୀ ସମୟରେ…
ସହକାରୀ ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ଘରେ ସିବିଆଇ ଚଢ଼ାଉ ଅନୁଗୁଳ – ସିବିଆଇ ପଞ୍ଚାରେ ସହକାରୀ ଡାକ ଅଧିକ୍ଷକ । କୁରୁଡୁଲ ପୋଷ୍ଟ ଅଫିସରେ ଥିବା ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କୁ ଦୂରକୁ ବଦଳି କରି…
ଲାଞ୍ଚ ନେଇଥିବା ମହିଳା ଆର.ଆଇ.ଙ୍କୁ ୪ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଭିଜଲାନ୍ସ କୋର୍ଟରେ ମଙ୍ଗଳବାର ଏକ ଗୁରୁତ୍ବପୁର୍ଣ୍ଣ ରାୟ ପ୍ରକାଶ ପାଇଛି । ଭିଜିଲାନ୍ସ କୋର୍ଟର ଜଜ୍ ଦିଗାମ୍ବର ପୃଷ୍ଟି ଏକ ଲାଞ୍ଚ ନେବା…