ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ରାଇଝରଣ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କୋଭିଡ ପଜିଟିଭ ଚିହ୍ନଟ ଜଣେ ବ୍ୟକ୍ତିଙ୍କ ମୃତଦେହ ପାଣିରୁ ମିଳିଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରା ଯାଉଛି । ସୂଚନା ଅନୁସାରେ ରାଇଝରଣ ଗାଁର ସନ୍ତୋଷ ଗୋଛାୟତ ନାମକ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ୫ ଦିନ ତଳେ କରୋନା ଲକ୍ଷଣ ଦେଖା ଦେଇଥିଲା । ଏଥିପାଇଁ ସେ ତାଙ୍କ ସ୍ଵାବ ନମୁନା ପରୀକ୍ଷା କରିବାକୁ ଦେଇଥିଲେ । ତାଙ୍କର କୋଭିଡ ପୋଜିଟିଭ ରିପୋର୍ଟ ଆସିଥିଲା । ତେବେ ଗତକାଲି ଅପରାହ୍ନରୁ ସନ୍ତୋଷ କେଉଁ ଆଡେ ପଳାଇଥିଲେ । ଘରଲୋକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନଥିଲା । ଆଜି ଗାଁ ନିକଟସ୍ଥ ଏକ ମାଇନର ଇରିଗେସନ ପ୍ରୋଜେକ୍ଟ ପାଣିରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ନିଶା ଶିଳ୍ପାଞ୍ଚଳ ଥାନା ଆଇଆଇସି ପ୍ରୀତିମଞ୍ଜରୀ ମେଣ୍ଡୁଲି, ଛେଣ୍ଡିପଦା ବିଡ଼ିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ସଦଳେବଳେ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ସନ୍ତୋଷଙ୍କର ମୃତଦେହ ଉଦ୍ଧାର କରିଥିଲେ । ଡ୍ୟାମ ହୁଡ଼ାରୁ ସନ୍ତୋଷଙ୍କ ସାଇକେଲ ମଧ୍ୟ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ଏକ ଅପମୃତ୍ୟୁ ମାମଲାରେ କେଶ କରି ତଦନ୍ତ ଚଳେଇଛି ।
What’s your Reaction?
+1
+1
+1
+1
+1
+1
+1